fbpx
BSKY SKY
BSKY SKY

(Video)ଚଳନ୍ତା ଟ୍ରେନ ଉପରେ ଚଢି ଷ୍ଟଣ୍ଟ ଦେଖାଉଥିଲେ ଯୁବକ, ତା’ପରେ ଯାହା ହେଲା ଦେଖନ୍ତୁ ଭିଡିଓ

BSKY

ନୂଆଦିଲ୍ଲୀ: କିଛି ଲୋକ ନିଜକୁ ମୃତ୍ୟୁର ସୌଦାଗର ମନେ କରିଥାନ୍ତି । ସେମାନେ ନିଜକୁ ଅମର ଭାବି ନିଅନ୍ତି । ତେଣୁ ସେମାନେ ଯେ କୌଣସି ବି ଭୟଙ୍କର କାମ କରିବାକୁ ପଛାଇ ନ ଥାନ୍ତି । ଆମେ ଏଠି ଯେଉଁ ଯୁବକଙ୍କ ବିଷୟରେ କହିବାକୁ ଯାଉଛୁ ସେ ବି ଏପରି କିଛି ଭାବି ନେଇଥିଲା । ଏହି ଯୁବକ ଜଣକ ଚଳନ୍ତା ଟ୍ରେନର ଦ୍ୱାର ବାଟ ଦେଇ ବାହାରକୁ ଆସି ଷ୍ଟଣ୍ଟ କରୁଥିଲା । ସେ ଚଳନ୍ତା ଟ୍ରେନରେ ଓହଳି ବେଶ୍‌୍ ଭୟାନକ ଖେଳ ଦେଖାଉଥିଲା ଯେଉଁଥିରେ ତା’ର ଜୀବନ ପ୍ରତି ପାଦେ ପାଦେ ବିପଦ ରହିଥିଲା । ଏହି ସମୟରେ ସେ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିଲା । ଏହି ଘଟଣାର ଭିଡିଓ ଏବେ ଦ୍ରୁତ ଗତିରେ ଭାଇରାଲ୍ ହେବାରେ ଲାଗିଛି ।

 

View this post on Instagram

 

A post shared by @bdr33333g

ଭିଡିଓରେ ଦେଖିବାକୁ ମିଳୁଛି କି ଯୁବକ ଜଣକ ଦ୍ରୁତ ଗତିରେ ଚାଲୁଥିବା ଏକ ଟ୍ରେନର ଦ୍ୱାର ବାଟେ ବାହାରକୁ ଆସି ବିଭିନ୍ନ ପ୍ରକାର ଭୟାନକ ଷ୍ଟଣ୍ଟ ଦେଖାଉଛି । ଏହି ସମୟରେ ସେ ମଝିରେ ମଝିରେ ହାତ ବି ଛାଡି ଦେଉଛି । ପବନରେ ତା’ର ପୋଷାକ ଓ କେଶ ଭୀଷଣ ଜୋରରେ ଉଡୁଥିବାର ଦେଖାଯାଉଛି । କିଛି ସମୟ ପରେ ଯୁବକ ଟ୍ରେନର ଦ୍ୱାର ଉପର ଦେଇ ଟ୍ରେନ ଉପରକୁ ଚଢି ଯାଉଥିବାର ଦେଖାଯାଉଛି । ଏହି ସମୟରେ ସେ ନିଜର ୨ ହାତ ଉପରକୁ ଟେକି ଦେଉଛି ଓ ଅଚାନକ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଉଛି । ଯୁବକର ଭିଡିଓ ପ୍ରସ୍ତୁତ କରୁଥିବା ଅନ୍ୟ ଜଣେ ଯୁବକ ଏହା ଦେଖି ଡରି ଯାଉଛି ଓ ଏହାପରେ ଭିଡିଓରେ ଏକ ଅଗ୍ନି ଝଟକା ଦେଖିବାକୁ ମିଳୁଛି । କିଛି ସମୟ ପରେ ଟ୍ରେନର ଛାତ ଉପରେ ଯୁବକର କେବଳ ଏକ ଗୋଡ ଦେଖିବାକୁ ମିଳୁଛି । ଭିଡିଓଟିକୁ ଇନଷ୍ଟାଗ୍ରାମରେ @bdr33333g ନାମକ ୟୁଜର ପୋଷ୍ଟ କରିଛନ୍ତି ।

Get real time updates directly on you device, subscribe now.