fbpx

ଆପଣ ବି କରିପାରିବେ ସେକ୍ସ ଲାଇଫକୁ ପେରଫେକ୍ଟ : ଯୌନ ଇଚ୍ଛା ବୃଦ୍ଧି ପାଇଁ କ’ଣ କରିବେ, ଜାଣନ୍ତୁ

ଆଜିକାଲି ସେକ୍ସକୁ ନେଇ ବିଭିନ୍ନ ସମସ୍ୟା ଦେଖିବାକୁ ମିଳୁଛି । ଉଭୟ ପୁରୁଷ ଓ ନାରୀ ଏଥିପାଇଁ ବାରମ୍ବାର ଡାକ୍ତରଙ୍କ ପାଖକୁ ଦୌଡ଼ୁଥିବା ଦେଖିବାକୁ ମିଳୁଛି । ମାତ୍ର ଏକଥା ବହୁତ କମ୍ ଲୋକ ଜାଣନ୍ତି ଯେ, ଘରୋଇ ଉପଚାର ଦ୍ୱାରା ମଧ୍ୟ ସେକ୍ସ ଡ୍ରାଇଭ୍ ବୃଦ୍ଧି କରିହେବ । ଅନେକ ଭାରତୀୟ ମସଲା ଯୌନ ଇଚ୍ଛାକୁ ବୃଦ୍ଧି କରିଥାଏ ବୋଲି ଅନେକ ରିସର୍ଚ୍ଚରୁ ପ୍ରମାଣିତ ହୋଇଛି । ଆସନ୍ତୁ ଜାଣିବା ସେ ବିଷୟରେ-

– ଜାଇଫଳକୁ ସବୁଠାରୁ ଗରମ ମସଲା ଭାବେ ଗ୍ରହଣ କରାଯାଏ । ଜାଇଫଳ ଭାଏଗ୍ରା ପରି କାର୍ଯ୍ୟ କରିଥାଏ ବୋଲି ରିସର୍ଚ୍ଚରୁ ପ୍ରମାଣିତ ହୋଇଛି । ଜାଇଫଳକୁ ବହୁତ କମ୍ ମାତ୍ରାରେ ସେବନ କରିବା ଆବଶ୍ୟକ ।

– ସେକ୍ସ ଡ୍ରାଇଭ ବଢ଼ାଇବା ପାଇଁ ଲଙ୍କା ସହିତ ରସୁଣକୁ ବ୍ୟବହାର କରାଯାଇଥାଏ । ଏହାଛଡ଼ା ରସୁଣର ଚୋପା ଛଡ଼ାଇ ଏହାକୁ ବଟର ସହିତ ମିଶାଇ ଖାଇହେବ ।

– ଥଣ୍ଡା, କାଶ ଓ ସର୍ଦ୍ଦିରୁ ଉପଶମ ସହ ଇମ୍ୟୁନିଟି ବୃଦ୍ଧି ପାଇଁ ସାଧାରଣତଃ ଅଦାକୁ ବ୍ୟବହାର କରାଯାଇଥାଏ । ନିୟମିତ ଅଦାକୁ ଖାଇବା ଦ୍ୱାରା ସେକ୍ସ ପାୱାର ବୃଦ୍ଧି ପାଇଥାଏ । ଅଦାରେ ରହିଥିବା ଉପାଦାନଗୁଡ଼ିକ ସେକ୍ସୁଆଲ କାର୍ଯ୍ୟଦକ୍ଷତାକୁ ଉନ୍ନତ କରିଥାଏ ।

– ଲବଙ୍ଗକୁ ଏକ ଗରମ ମସଲା ରୂପରେ ଗ୍ରହଣ କରାଯାଏ । ଏହା ଖାଦ୍ୟର ସ୍ୱାଦ ବଢ଼ାଇବା ସହ ଇମ୍ୟୁନିଟି ବୃଦ୍ଧି କରିଥାଏ । ଏହା ମଧ୍ୟ ସେକ୍ସ ଲାଇଫକୁ ଉତ୍ତମ କରିବାରେ ସହାୟତା କରିଥାଏ ।

– ମେଥିର ବିଜରେ ରହିଥିବା ସେପୋନିନ ନାମକ ଉପାଦାନ ଟେଷ୍ଟୋଷ୍ଟିରନ ହରମୋନ ବୃଦ୍ଧିରେ ସହାୟତା କରିଥାଏ । ଏହି ହରମୋନର ବୃଦ୍ଧି ଘଟିବା ଫଳରେ ପୁରୁଷଙ୍କ ସେକ୍ସ ଡ୍ରାଇଭ ବଢ଼ିଥାଏ ।

Get real time updates directly on you device, subscribe now.