fbpx

Youtube ରୁ କେମିତି ହେବ ରୋଜଗାର? ୧୦୦୦ Views ହେଲେ ମିଳିଥାଏ ଏତିକି ଟଙ୍କା, ଜାଣନ୍ତୁ ହିସାବ

Advertisement

ନୂଆଦିଲ୍ଲୀ: ଆଜିକାଲି ଟଙ୍କା ରୋଜଗାର କରିବା ପାଇଁ ଅନେକ ଗୁଡିଏ ମାଧ୍ୟମ ଖୋଲିସାରିଛି । ବିଶେଷ କରି ଡିଜିଟାଲ ପ୍ଲାଟଫର୍ମରୁ ରୋଜଗାର କରିବାର ଉପାୟ ଏବେ ଟ୍ରେଣ୍ଡରେ ରହିଛି । ତେବେ ଏଥିମଧ୍ୟରେ ସବୁଠୁ ଆଗରେ ରହିଛି ୟୁଟ୍ୟୁବ । ୟୁଟ୍ୟୁବରେ ବିଭିନ୍ନ ପ୍ରକାରର କଣ୍ଟେଣ୍ଟ ଭିଡିଓ ଅପଲୋଡ କରି ସେଥିରୁ ଆୟ କରୁଛନ୍ତି ଆଜିର ଯୁବବର୍ଗ । ତେବେ କ୍ରିଏଟରମାନଙ୍କ ପାଇଁ ଅଲଗା ଅଲଗା ପେମେଣ୍ଟ କରିଥାଏ ୟୁଟ୍ୟୁବ କମ୍ପାନୀ । କଣ୍ଟେଣ୍ଟର କ୍ୱାଲିଟି ଏବଂ କାଟାଗେରୀ ସହିତ ସେଥିରେ ମିଳୁଥିବା ଭ୍ୟୁଜ୍ ଅନୁସାରେ କ୍ରିଏଟରମାନେ ପେମେଣ୍ଟ ପାଇଥାନ୍ତି । ତେବେ ଆସନ୍ତୁ ଜାଣିବା ୟୁଟ୍ୟୁବରୁ କେତେ ଟଙ୍କା ମିଳିଥାଏ ଏବଂ କେମିତି ।

କ୍ରିଏଟରମାନଙ୍କ କଣ୍ଟେଣ୍ଟରେ ଆସୁଥିବା ବିଭିନ୍ନ ବିଜ୍ଞାପନର ରିଭେନ୍ୟୁ ସେୟାର କରିଥାଏ ୟୁଟ୍ୟୁବ । ତେବେ ଏହି ରିଭେନ୍ୟୁ ସମସ୍ତ କ୍ରିଏଟରମାନଙ୍କ ପାଇଁ ସମାନ ନଥାଇପାରେ । କାରଣ ଏହି ଟଙ୍କା ୟୁଟ୍ୟୁବରେ ପେମେଣ୍ଟ କାଟାଗୋରୀ, ରିଜନ ଏବଂ ଅନ୍ୟାନ୍ୟ ଜିନିଷ ଉପରେ ନଜର କରିଥାଏ । ବିଜ୍ଞାପନରୁ ମିଳୁଥିବା ରିଭେନ୍ୟୁରୁ ୟୁଟ୍ୟୁବ କ୍ରିଏଟର ୫୫% ଟଙ୍କା ରୋଜଗାର କରିଥାନ୍ତି । ତେବେ ଏଥିପାଇଁ ୟୁଜରଙ୍କୁ ‘ୟୁଟ୍ୟୁବ ପାର୍ଟନର ପ୍ରୋଗ୍ରାମ’ରେ ସାମିଲ ହେବାକୁ ପଡ଼ିବ । ଏହି ପ୍ରେଗ୍ରାମକୁ କ୍ୱାଲିଫାଏ କରିବାକୁ ହେଲେ ଚାନେଲରେ ସର୍ବନିମ୍ନ ୫୦୦ ସବସ୍କ୍ରାଇବର ଏବଂ ୩୦୦୦ ଘଣ୍ଟାର ୱାଚ ଟାଇମ ରହିଥିବା ଆବଶ୍ୟକ । ଏହାବ୍ୟତୀତ ୟୁଟ୍ୟୁବ ସର୍ଟସ ଜରିଆରେ ମଧ୍ୟ କ୍ରିଏଟରମାନେ ଟଙ୍କା ରୋଜଗାର କରିପାରନ୍ତି । ତେବେ ଏହାର ରିଭେନ୍ୟୁ ସମ୍ପର୍କରେ ବିଶେଷ ସୂଚନା ନାହିଁ ।

୨୦୨୨ ର ରିପୋର୍ଟ ଅନୁସାରେ, ଆମେରିକାରେ ୟୁଟ୍ୟୁବରମାନଙ୍କ ମାସିକ ଆୟ ପାଖାପାଖି ୪୬୦୦ଡଲାର (୩,୭.୨୩୪ ଟଙ୍କା) ରହିଛି । ସେହିପରି ୟୁଟ୍ୟୁବ କ୍ରିଏଟରମାନଙ୍କୁ ପ୍ରାୟ ୧୦୦୦ ଭ୍ୟୁଜ ପାଇଁ ୧୮ ଡଲାର (୧୫୫୮ ଟଙ୍କା) ପର୍ଯ୍ୟନ୍ତ ରୋଜଗାର ହୋଇଥାଏ । ତେବେ ପ୍ରତ୍ୟେକ କ୍ରିଏଟରମାନଙ୍କ ଇନକମ୍ ସେମାନଙ୍କ କଣ୍ଟେଣ୍ଟ, ଦର୍ଶକ ଏବଂ ଭ୍ୟୁଜ୍ ସହିତ ସବସ୍କ୍ରାଇବର୍ସ ଉପରେ ନିର୍ଭର କରିଥାଏ । ଜଣେ କ୍ରିଏଟର ୟୁଟ୍ୟୁବରୁ ବିଭିନ୍ନ ଉପାୟରେ ମାସିକ ୫ଡିଜିଟ ପର୍ଯ୍ୟନ୍ତ ରୋଜଗାର କରିପାରେ ।

Get real time updates directly on you device, subscribe now.