fbpx

ବଜାରରେ ୫୦୦ ଓ ୨୦୦୦ ଟଙ୍କିଆ ନକଲି ନୋଟ୍ ଶହେ ପ୍ରତିଶତ ବୃଦ୍ଧି: ଅସଲି-ନକଲି ନୋଟ ଚିହ୍ନିବାର ୧୦ଟି ପଏଣ୍ଟ ଜାରି କଲା RBI

ନୂଆଦିଲ୍ଲୀ: ଆଜିକାଲି ନକଲି ନୋଟ୍ ବଜାରରେ ଏତେମାତ୍ରାରେ ବଢ଼ିଗଲାଣି ଯେ ଜନସାଧାରଣ ଠକାମିରେ ପଡ଼ିବା ସ୍ୱାଭାବିକ । ତେବେ ବର୍ତ୍ତମାନ ମାର୍କେଟରେ ୫୦୦ ଓ ୨୦୦୦ ଟଙ୍କିଆ ନକଲି ନୋଟ ଶହେ ପ୍ରତିଶତ ବୃଦ୍ଧି ପାଇଛି । ୨୦୨୦-୨୧ ବର୍ଷରେ ୫୦୦ ଟଙ୍କିଆ ନକଲି ନୋଟ୍ ସଂଖ୍ୟା ୧୦୨ ପ୍ରତିଶତ ବୃଦ୍ଧି ହୋଇଛି । ସେହିଭଳି ୨୦୦ ଟଙ୍କିଆ ନୋଟ ୫୪ ପ୍ରତିଶତ, ୧୦ ଟଙ୍କିଆ ନୋଟ ୧୬.୪ ପ୍ରତିଶତ, ୨୦ ଟଙ୍କିଆ ନୋଟ ୧୬.୫ ପ୍ରତିଶତ, ୨୦୦ ଟଙ୍କିଆ ନୋଟ୍ ୧୧.୭ ପ୍ରତିଶତ ବୃଦ୍ଧି ପାଇଥିବା ଜଣାପଡ଼ିଛି ।

ଗତ ୨୦୧୬ରେ କେନ୍ଦ୍ର ସରକାର ନୋଟବନ୍ଦୀ କରିବା ପରେ ବଜାରରୁ ନକଲି ନୋଟ୍ ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା । ସେ ସମୟରେ ସରକାର ୧୦୦୦ ଓ ୫୦୦ ଟଙ୍କିଆ ନୋଟ୍ ବନ୍ଦ କରିଦେଇଥିଲେ । ତେବେ ପରବର୍ତ୍ତୀ ସମୟରେ ଠକମାନେ ବହୁମାତ୍ରାରେ ୫୦୦ ଓ ୨୦୦୦ ଟଙ୍କିଆ ନକଲି ନୋଟ୍ ପ୍ରସ୍ତୁତ କରି ବଜାରକୁ ଛାଡ଼ିଥିଲେ । ୨୦୧୯-୨୦ରେ ୫୦୦ ଟଙ୍କିଆ ନକଲି ନୋଟ୍ ୩୦,୦୫୪ ଓ ୨୦୨୦-୨୧ରେ ୩୯,୪୫୩ ନକଲି ନୋଟ୍ ଜବତ ହୋଇଥିଲା ।

୫୦୦ ଟଙ୍କିଆ ନକଲି ନୋଟକୁ ଚିହ୍ନିବା ପାଇଁ ଆରବିଆଇ ପକ୍ଷରୁ ୧୦ଟି ପଏଣ୍ଟ ବିଷୟରେ ଉଲ୍ଲେଖ କରାଯାଇଛି ।

୧- ନୋଟକୁ ଯଦି କୌଣସି ଲାଇଟ ସାମ୍ନାରେ ରଖିବେ, ତେବେ ସେଥିରେ ୫୦୦ ଲେଖାଥିବାର ଦେଖାଯିବ ।

୨- ଆଖି ସାମ୍ନାରେ ୪୫ ଡିଗ୍ରୀ କୋଣରେ ନୋଟକୁ ରଖିବା ପରେ ୫୦୦ ଲେଖା ଥିବା ଦେଖାଯିବ । ୫୦୦ ଲେଖା ଦେବନାଗରୀରେ ଲେଖା ହୋଇଥିବ ।

୩- ମହାତ୍ମା ଗାନ୍ଧୀଙ୍କ ଛବି ସେଣ୍ଟରରେ ଦେଖାଯିବ । ଭାରତ ଓ ଇଣ୍ଡିଆର ଲେଟର ମଧ୍ୟ ଦେଖାଯିବ ।

୪- ନୋଟକୁ ମୋଡ଼ିଲେ ବା ସିକ୍ୟୁରିଟି ଥ୍ରୀଡର କଲର ଗ୍ରୀନରୁ ବ୍ଲୁ ହୋଇଯିବ ।

୫- ନୋଟରେ ମହାତ୍ମା ଗାନ୍ଧୀଙ୍କ ଛବି ଓ ଇଲେକ୍ଟ୍ରୋଟାଇପ୍ ୱାଟରମାର୍କ ଦେଖାଦେବ ।

୬- ନୋଟରେ ଛପା ବର୍ଷ ଲେଖା ହୋଇଥାଏ ।

୭- ସ୍ଲୋଗାନ ସହିତ ସ୍ୱଚ୍ଛ ଭାରତର ଲୋଗୋ ପ୍ରିଣ୍ଟ ରହିଛି ।

୮- ଭାରତୀୟ ପତାକା ସହ ଲାଲ କିଲାର ଛବି ପ୍ରିଣ୍ଟ ହୋଇଛି ।

୯- ନୋଟରେ ଅଶୋକ ସ୍ତମ୍ଭ ରହିଛି ।

୧୦- ନୋଟରେ ଗଭର୍ଣ୍ଣରଙ୍କ ସିଗ୍ନେଚର, ଗ୍ୟାରେଣ୍ଟି କ୍ଲଜ, ପ୍ରୋମିଜ କ୍ଲଜ ଓ ଆରବିଆଇର ଲୋଗୋ ଡାହାଣ ପଟକୁ ଶିଫ୍ଟ ହୋଇଯାଇଥିବ ।

Get real time updates directly on you device, subscribe now.