fbpx

ଗର୍ଲଫ୍ରେଣ୍ଡକୁ ପଟାଇବେ କିପରି ? କୋଚିଂ ପାଇଁ ଟ୍ୱିଟରରେ ଜଣେ ଯୁବତୀ ଦେଲେ ଅଫର, ପୁଅମାନଙ୍କ ଲମ୍ବା ଲାଇନ୍ !

ନୂଆଦିଲ୍ଲୀ : ପୂର୍ବରୁ ଲୋକମାନେ ଆଖପାଖରେ ବା ସାଙ୍ଗସାଥୀ କିମ୍ବା ବନ୍ଧୁବାନ୍ଧବ ମଧ୍ୟରେ ନିଜ ପାଇଁ ପାର୍ଟନର ଖୋଜୁଥିଲେ । କିନ୍ତୁ ଏବେ ସମୟ ବଦଳିଛି ଏବଂ ସମୟ ସାଙ୍ଗରେ ଲୋକଙ୍କ ଚାହିଦା ମଧ୍ୟ ବଦଳିଛି । ଲୋକମାନେ ଏବେ ଡେଟିଂ ଆପ୍ ମାଧ୍ୟମରେ ପାର୍ଟନର ଖୋଜୁଛନ୍ତି ।

ବିଦେଶୀରେ ଡେଟିଂ ଆପ୍ ଅତି ସାଧାରଣ । କିନ୍ତୁ ବର୍ତ୍ତମାନ ଭାରତରେ ଏହାର ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଇଛି । ବିଶେଷକରି ବଡ ସହରରେ ଯୁବକଯୁବତୀମାନେ ପାର୍ଟନର ଖୋଜିବା ପାଇଁ ନିର୍ଦ୍ଦିଷ୍ଟ ଭାବରେ ଡେଟିଂ ଆପ୍ ବ୍ୟବହାର କରୁଛନ୍ତି । ତଥାପି, ସମସ୍ତେ ଏଥିରେ ସଫଳତା ପାଆନ୍ତି ନାହିଁ । ଏପରି ପରିସ୍ଥିତିରେ ଭୁଲ କେଉଁଠି ରହିଛି ଏବଂ କାହିଁକି ବ୍ରେକଅପ୍ ହେଲା ତାହାକୁୂ ନେଇ ଚିନ୍ତିତ ରୁହନ୍ତି । କିନ୍ତୁ ଏବେ ଏହାର ସମାଧାନର ବାଟ ବାହାରି ଯାଇଛି । ଏହି ସମସ୍ୟାର ସମାଧାନ ପାଇଁ ଜଣେ ଯୁବତୀ କୋଚିଂ ସେବା ଆରମ୍ଭ କରିଛନ୍ତି । ଏବେ ଗର୍ଲଫ୍ରେଣ୍ଡକୁ ପଟାଇବା ପାଇଁ ପୁଅମାନଙ୍କୁ କୋଚିଂ ଦିଆଯିବ । ଆଉ ଏହି କୋଚିଂ ଦେବେ ଜଣେ ଯୁବତୀ । ଏନେଇ ସେ ଟ୍ୱିଟରରେ ଏକ ପୋଷ୍ଟ କରିଛନ୍ତି । ଏହି ପୋଷ୍ଟିଂ ପରେ ପୁଅମାନଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି ।

ପୋଷ୍ଟ କରି ଯୁବତୀ ଜଣଙ୍କ ଲେଖିଛନ୍ତି – ‘ ଡେଟିଂ ଆପରେ କ’ଣ କରିବି ଏବଂ କ’ଣ କରିବି ନାହିଁ ମୁଁ ପୁଅମାନଙ୍କୁ ଶିକ୍ଷା ଦେବି । କେଉଁ ପ୍ରକାରର ଫଟୋ ରଖିବେ ଏବଂ କିପରି କଥାବାର୍ତ୍ତା ଆରମ୍ଭ କରିବେ ଇତ୍ୟାଦି । ମୁଁ ମୋର ସାଙ୍ଗମାନଙ୍କ ସହିତ ଏହି ବିଷୟରେ ଆଲୋଚନା କରିଛି ଏବଂ ମୁଁ ଆପଣଙ୍କୁ ସାହାଯ୍ୟ କରିପାରିବି । ଯଦି ଆପଣ ବ୍ୟକ୍ତିଗତ ଭାବେ ଟଙ୍କା ଦେଇ ପଢିବାକୁ ଚାହୁଁଛନ୍ତି, ତେବେ ସେଥିପାଇଁ କମେଣ୍ଟ କିମ୍ବା DM କରି ଜଣାନ୍ତୁ ।

Get real time updates directly on you device, subscribe now.