fbpx

କାର୍ବାଇଡ୍ ଦ୍ୱାରା ପଚା ଯାଉଥିବା କଦଳୀ ଖାଇଲେ ହୋଇପାରେ କ୍ୟାନସର: ଏହି କଦଳୀକୁ କେମିତି ଚିହ୍ନଟ କରିବେ?

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ବଜାରରେ ବିଭିନ୍ନ ପ୍ରକାରର କଦଳୀ ଉପଲବ୍ଧ ରହିଥିବା ବେଳେ ସେଥିମଧ୍ୟରୁ ଅନେକ କଦଳୀକୁ କୃତ୍ରିମ ଉପାୟରେ ପଚାଯାଉଛି । କଦଳୀକୁ ଶୀଘ୍ର ପଚାଇବା ପାଇଁ କାର୍ବାଇଡ୍ ବ୍ୟବହାର କରାଯାଉଛି । ତେବେ ଏହି କଦଳୀ ଖାଇବା ଫଳରେ ଆମ ଶରୀରରେ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେବା ସହ ଲିଭର ଖରାପ ହୋଇପାରେ । ଏପରିକି କ୍ୟାନସରର ଆଶଙ୍କା ମଧ୍ୟ ରହିଥାଏ । ସାଧାରଣ ଭାବେ କଦଳୀରେ କ୍ୟାଲସିୟମ, ପୋଟାସିୟମ, ଫାଇବର, ପ୍ରୋଟିନ, ଭିଟାମିନ-ଏ, ଭିଟାମିନ ବି-୬, ଆଇରନ ଆଦି ଉପାଦାନ ରହିଥିବା ବେଳେ କୃତ୍ରିମ ଉପାୟରେ ପଚା ଯାଉଥିବା କଦଳୀ ଆମ ସ୍ୱାସ୍ଥ୍ୟ ପ୍ରତି ସମସ୍ୟା ଆଣିପାରେ ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ପ୍ରାକୃତିକ ତରିକାରେ ପଚାଯାଉଥିବା କଦଳୀ ଓ କାର୍ବାଇଡ ଦ୍ୱାରା ପଚାଯାଉଥିବା କଦଳୀକୁ ଚିହ୍ନଟ କରିବେ କିପରି? ପ୍ରାକୃତିକ ତରିକାରେ ପଚା ଯାଉଥିବା କଦଳୀକୁ ଆପଣମାନେ ପାଣି ଦ୍ୱାରା ଚିହ୍ନଟ କରିପାରିବେ । ଏଥିପାଇଁ ସର୍ବପ୍ରଥମେ କଦଳୀକୁ ପାଣିରେ ପକାଇବାକୁ ପଡ଼ିବ । ଯଦି କଦଳୀ ପାଣିରେ ବୁଡ଼ିଯିବ, ତେବେ ତାହା ଅସଲି କଦଳୀ । ମାତ୍ର ଯଦି କଦଳୀ ପାଣିରେ ଭାସିବ ତେବେ ଜାଣିବେ ସେହି କଦଳୀ କାର୍ବାଇଡ୍ ଦ୍ୱାରା ପଚାଯାଇଛି ।

ପ୍ରାକୃତିକ ତରିଆରେ ପାଚୁଥିବା କଦଳୀ ଖାଇବାକୁ ବହୁତ ମିଠା ହୋଇଥାଏ । ଏହି କଦଳୀ ଚୋପାରେ କଳା ରଙ୍ଗର ଦାଗ ଦେଖିବାକୁ ମିଳିଥାଏ । ଏହା ହାଲୁକା ମାଟିଆ ରଙ୍ଗାର ହୋଇଥାଏ । ଏହାର ଚୋପାରେ ଦାଗ ରହିବା ସହ ଗାଢ଼ ହଳଦିଆ ରଙ୍ଗ ହୋଇଥାଏ । ଅନ୍ୟପକ୍ଷରେ କାର୍ବାଇଡ ଦ୍ୱାରା ପଚାଯାଇଥିବା କଦଳୀ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ଏପରି କଦଳୀର ଚୋପା ପ୍ଲେନ ହେବା ସହ ହାଲୁକା ହଳଦିଆ ରଙ୍ଗ ହୋଇଥାଏ । ଏହି କଦଳୀର କଳା ରଙ୍ଗ ସ୍ଥାନରେ ହାଲୁକା ସବୁଜ ରଙ୍ଗ ହୋଇଥାଏ । ଏହି କଦଳୀ ଖୁବ ଜଲଦୀ ଖରାପ ହୋଇଥାଏ । ଏପରି କଦଳୀ ଖାଇବାରୁ ଦୂରେଇ ରହିବା ଦରକାର ।

Get real time updates directly on you device, subscribe now.