ବଜାରରେ ବୁଲୁଛି ଦୁଇ ପ୍ରକାର ୧୦ ଟଙ୍କିଆ କଏନ୍! କେଉଁଟି ଅସଲି ଆଉ କେଉଁଟି ନକଲି ବୋଲି ଜାଣିବେ କିପରି, କେନ୍ଦ୍ରୀୟ ବ୍ୟାଙ୍କର ନିୟମ ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଜାରରେ ଏବେ ଦୁଇ ପ୍ରକାର ୧୦ ଟଙ୍କିଆ କଏନ୍ ଦେଖିବାକୁ ମିଳୁଛି । ଗୋଟିଏ ହେଉଛି ଅସଲି ଆଉ ଅନ୍ୟଟି ହେଉଛି ନକଲି । ତେବେ କେଉଁଟି ଅସଲି ଆଉ କେଉଁଟି ନକଲି ତାହା ଜାଣିବା ସମସ୍ତଙ୍କ ପାଇଁ ନିହାତି ଜରୁରୀ । ଗତବର୍ଷ ପ୍ରାରମ୍ଭରେ ରାଜ୍ୟର ଭୁବନେଶ୍ୱର, କଟକ, ବ୍ରହ୍ମପୁର, ବାଲେଶ୍ୱର ସମେତ କିଛି ଅଞ୍ଚଳରେ କଏନ୍ ନ ଚଳିବାକୁ ନେଇ ଉଦବେଗ ପ୍ରକାଶ ପାଇଥିଲା । ତେବେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ୧ ଟଙ୍କିଆ, ୨ ଟଙ୍କିଆ, ୫ ଟଙ୍କିଆ ଓ ୧୦ ଟଙ୍କିଆ କଏନ୍ ପ୍ରଚଳନ କରିଥିବା ବେଳେ ଅନେକ ସମୟରେ ଦୋକାନୀମାନେ ଏହାକୁ ଗ୍ରହଣ କରୁନଥିବା ଦେଖାଯାଇଥାଏ । ବିଶେଷ କରି ୧୦ ଟଙ୍କିଆ କଏନର ନେଣଦେଣକୁ ନେଇ ଓଡ଼ିଶାର କିଛି ସ୍ଥାନରେ ଅନେକ ସମୟରେ ବିବାଦ ଦେଖିବାକୁ ମିଳିଛି ।

ଆପଣଙ୍କ ପାଖରେ ରହିଥିବା ୧୦ ଟଙ୍କିଆ କଏନରେ ଯଦି ଆରବିଆଇ ମୁଦ୍ରିତ ରହିଛି ରହିଛି ତେବେ ତାହା ଅସଲି ମୁଦ୍ରା ବୋଲି ଜାଣିବେ । ଅନ୍ୟ ମୁଦ୍ରାଟି ନକଲି ବୋଲି ଜାଣିବେ । ଅନେକ ସମୟରେ ଆରବିଆଇ ପକ୍ଷରୁ ୧୦ ଟଙ୍କିଆ ମୁଦ୍ରାକୁ ନେଇ ସୂଚନା ଜାରି କରାଯାଇଥାଏ । ବିଭିନ୍ନ ସଚେତନତା ପରେ ବି ଲୋକଙ୍କ ମନରେ ଏହି କଏନକୁ ଦ୍ୱନ୍ଦ୍ୱ ଉପୁଜିଥାଏ । କଏନରେ ୧୦ଟି ଥିଲେ ତାହା ଅସଲି ଓ ଗାର ନଥିଲେ ତାହା ନକଲି ବୋଲି ଅନେକ କହିଥାନ୍ତି । ତେବେ ମୁଦ୍ରାକୁ ନେଇ ଆପଣଙ୍କ ମନରେ ରହିଥିବା ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ୱେବସାଇଟରେ ସୂଚନା ଜାରି ହୋଇଛି । ଆପଣମାନେ ୱେବସାଇଟ୍ ପରିଦର୍ଶନ କରି ଆପଣଙ୍କର ସବୁ ପ୍ରଶ୍ନର ଉତ୍ତର ପାଇଯିବେ । ଆରବିଆଇ ନୋଟରେ ୧୦ ଟଙ୍କିଆ ମୁଦ୍ରାର ୧୪ ପ୍ରକାର ଡିଜାଇନ ବାବଦରେ ସୂଚିତ କରାଯାଇଛି । ମାର୍କେଟରେ ଅନେକ ପ୍ରକାରର ୧୦ ଟଙ୍କିଆ ମୁଦ୍ରା ପ୍ରଚଳିତ ହେଉଥିବା କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ କୁହାଯାଇଛି । ଏହାପରେ ବି ଯଦି କୌଣସି ସନ୍ଦେହ ଉପୁଜେ ତେବେ ଆରବିଆଇର ଟୋଲ ଫ୍ରି ନମ୍ବରରେ ଆପଣମାନେ କଲ୍ କରି ପାରିବେ ।

ସେହିପରି ଯଦି କୌଣସି ବ୍ୟକ୍ତି ୧୦ ଟଙ୍କିଆ ମୁଦ୍ରା ନେବାକୁ ମନା କରୁଛନ୍ତି ତେବେ ଆପଣମାନେ ଏନେଇ ଅଭିଯୋଗ କରିପାରିବେ । ଆରବିଆଇର ନିୟମ ଦେଶର ସମସ୍ତ ବ୍ୟାଙ୍କମାନେ ପାଳନ କରିବାକୁ ବାଧ୍ୟ । ଯେଉଁ ବ୍ୟାଙ୍କ ଖୁଚୁରା ନେବାକୁ ଅଗ୍ରାହ୍ୟ କରେ ସମ୍ପୃକ୍ତ ବ୍ୟାଙ୍କ ବିରୋଧରେ ଜନତା ଥାନାରେ ଅଭିଯୋଗ ଦାଖଲ କରିପାରିବେ । କଏନ ନେବାକୁ ମନା କରୁଥିବା ସଂସ୍ଥାଙ୍କ ବିରୋଧଷର ଜେଲ ଦଣ୍ଡ ଲାଗୁ ନେଇ ଆଇପିସିର ଧାରାରେ ନିୟମ ରହିଛି । ତେଣୁ କାହା କଥାରେ ପଡ଼ି ଆପଣମାନେ ଭ୍ରମିତ ନହୋଇ ଆରବିଆଇର ନିୟମକୁ ସର୍ବଦା ପାଳନ କରନ୍ତୁ । ନିଜେ ସଚେତନ ରହିବା ସହ ଅନ୍ୟକୁ ସଚେତନ କରାନ୍ତୁ ।