fbpx
BSKY SKY
BSKY SKY

ଜାଣନ୍ତୁ କିଭଳି ଘରେ ବସି ନିଜ ଫୋନ ମାଧ୍ୟମରେ ଭୋଟର ପରିଚୟ ପତ୍ରକୁ ଆଧାର ସହିତ କରିପାରିବେ ସଂଯୋଗ

BSKY

ଭୁବନେଶ୍ୱର: ଭାରତ ନିର୍ବାଚନ ଆୟୋଗ ଭୋଟର ପରିଚୟ ପତ୍ରକୁ ଆଧାର ସହିତ ସଂଯୋଗ କରିବା ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛନ୍ତି । ଯାହା କି ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତିରେ ସହାୟକ ହେବ । ୧୩.୦୯.୨୦୨୨ ସୁଦ୍ଧା ଓଡିଶାର ମୋଟ ୩.୨୫ କୋଟି ଭୋଟରଙ୍କ ମଧ୍ୟରୁ ୨.୨୦ କୋଟି ଭୋଟର ଭୋଟ ପରିଚୟ ପତ୍ରକୁ ଆଧାର ସହିତ ସଂଯୋଗ କରି ସାରିଛନ୍ତି । ବଳକା ସମସ୍ତ ଭୋଟରଙ୍କୁ ନିବେଦନ କରାଯାଉଅଛି ସେମାନେ ମଧ୍ୟ ନିଜ ଭୋଟ ପରିଚୟ ପତ୍ରକୁ ଆଧାର ସହିତ ସଂଯୋଗ କରନ୍ତୁ । ସୂଚନାମୁତାବକ ଆସନ୍ତା ବର୍ଷ ଏପ୍ରିଲ ୧ ସୁଦ୍ଧା ସମସ୍ତ ଲୋକଙ୍କ ଭୋଟର ପରିଚୟ ଆଧାର କାର୍ଡ ସହିତ ଲିଙ୍କ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ନିର୍ବାଚନ ସଂସ୍କାର ସହ ଜଡିତ ଆଇନ ପରେ ଚଳିତ ବର୍ଷ ଅଗଷ୍ଟ ୧ ତାରିଖରୁ ସମସ୍ତ ରାଜ୍ୟରେ ଆଧାର କାର୍ଡ ଏବଂ ଭୋଟର ପରିଚୟ ପତ୍ର ସଂଯୋଗ ପ୍ରକ୍ରିୟା ଆରମ୍ଭ ହୋଇଛି। ଭୋଟରଙ୍କୁ ଚିହ୍ନଟ କରିବା ଏବଂ ଭୋଟର ତାଲିକାରେ ନକଲକୁ ରୋକିବା ଉଦ୍ଦେଶ୍ୟରେ ଏହା କରାଯାଉଛି ।

ଲୋକମାନଙ୍କର ଭୋଟର ପରିଚୟ ଆଧାର କାର୍ଡ ସହିତ ଯୋଡିବା ପାଇଁ ବିଧାନସଭାରେ ସ୍ୱତନ୍ତ୍ର କ୍ୟାମ୍ପ ଗଠନ କରାଯାଇଛି। ରାଜଧାନୀ ଦିଲ୍ଲୀର ୭୦ ଟି ବିଧାନସଭା ଆସନରେ ୨,୬୮୪ ଶିବିର ସ୍ଥାପନ କରାଯାଇଛି। ଏହି ଶିବିରଗୁଡିକ ପରିଦର୍ଶନ କରି ଲୋକମାନେ ସେମାନଙ୍କର ଭୋଟର ପରିଚୟ ଆଧାର ସହିତ ଲିଙ୍କ୍ କରିପାରିବେ । ୨୦୧୫ ରେ, ଭୋଟର ଆଇଡିକୁ ଆଧାର କାର୍ଡ ସହିତ ଯୋଡିବା ପାଇଁ ନିର୍ବାଚନ ଆୟୋଗ ଏହି ଯୋଜନା ଉପରେ କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ସୁପ୍ରିମକୋର୍ଟ ଏହାକୁ ସ୍ଥଗିତ ରଖିଥିଲେ। ଏହା ପରେ, ୨୦୧୯ ରେ, ନିର୍ବାଚନ ଆୟୋଗ ଭୋଟର ଆଇଡି ଏବଂ ଆଧାର କାର୍ଡକୁ ନିର୍ବାଚନ ସଂସ୍କାର ପାଇଁ ଲିଙ୍କ୍ କରିବାକୁ ସୁପାରିଶ କରିଥିଲେ।

ତେବେ ଆପଣ ଚାହିଁଲେ ଆପଣ ଘରେ ବସି ମୋବାଇଲ୍ ମାଧ୍ୟମରେ Google Play Store ରୁ Voter Helpline App ଡାଉନଲୋଡ କରି Form – B ରେ ଆବେଦନ କରିପାରିବେ କିମ୍ବା www.nvsp.in portal ରେ ମଧ୍ୟ Form – 6B ପୂରଣ କରି ଆବେଦନ କରିପାରିବେ । ଏହା ବ୍ୟତୀତ ଆପଣଙ୍କ ବୁଥସ୍ତରୀୟ ଅଧିକାରୀଙ୍କ ଦ୍ବାରା ପ୍ରଦତ୍ତ Form – 6B ପୂରଣ କରି ଉକ୍ତ ବୁଥସ୍ତରୀୟ ଅଧିକାରୀଙ୍କ ପାଖରେ ଦାଖଲ କରିପାରିବେ , ଯିଏ ଆପଣଙ୍କ ଭୋଟର ପରିଚୟ ପତ୍ରକୁ ଆଧାର ସହିତ ସଂଯୋଗ କରିଦେବେ । ଅଧିକ ଜାଣିବା ପାଇଁ ୧୯୫୦ ନମ୍ବର ମଧ୍ୟ ଦିଆ ଯାଇଛି ।

Get real time updates directly on you device, subscribe now.