fbpx

ଆକ୍ସନ ମୋଡରେ ବଲାଙ୍ଗିର ଏସପି: SDPOଙ୍କୁ କଡା ନିର୍ଦ୍ଦେଶ

ବଲାଙ୍ଗୀର: କଣ୍ଟାବାଞ୍ଜିରେ ଲଜରୁ ପୋଲିସର ଟଙ୍କା ଜବତ ଘଟଣାରେ ଏବେ ଆକ୍ସନ ମୋଡକୁ ଆସିଛନ୍ତି ବଲାଙ୍ଗିର ଏସପି ନୀତିନ କୁଶଲକର । ଏସପିଙ୍କ ସ୍କାନରେ କଣ୍ଟାବାଞ୍ଜି SDPO ହୃଶିକେଶ ମେହେର । କୌଣସି ଅପରାଧଜନିତ ଘଟଣାର ତଦନ୍ତ କିମ୍ବା ହସ୍ତକ୍ଷେପ ନକରିବାକୁ ଏସଡିପିଓଙ୍କୁ ଏସପି କଡା ନିର୍ଦ୍ଦେଶ ଦେଇଥିବା ସୂଚନା ।

ଅନ୍ୟପକ୍ଷେ ଲଜରେ ଚଢାଉ କରିଥିବା ସ୍କ୍ୱାଡର ସମସ୍ତ ସଦସ୍ୟଙ୍କୁ ଏସପି ଜେରା କରିଥିବା ଜଣା ପଡିଛି । ଏଥିସହିତ ସେ ବ୍ୟକ୍ତିଗତ ଭାବରେ ସମସ୍ତ ସ୍କ୍ୱାଡକୁ ପଚରା ଉଚରା କରିଛନ୍ତି । ତେବେ ଲଜରୁ ଜବତ ଟଙ୍କା ଲୁଚାଇ, ଇଟାଭାଟି ମାଲିକଙ୍କୁ ଜୁଆଡି ବୋଲି ଦର୍ଶାଯାଇଥିଲା । ଏନେଇ ଏସ୍ପିଙ୍କ ସ୍କାନରେ ଥିଲେ SDPO ହୃଶିକେଶ ମେହେର ।

Get real time updates directly on you device, subscribe now.