fbpx

ରସ୍କ ଖାଇବ ଯଦି ନିଜ ରିସ୍କରେ ଖାଅ କାରଣ ଭୋଗିବାକୁ ପଡିପାରେ କିଛି ବି ସମସ୍ୟା

ନୂଆଦିଲ୍ଲୀ:ଚା’ ସହିତ ରସ୍କ ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି । ଏହି ରସ୍କର ବିଭିନ୍ନ ଫ୍ଲେବର ମାର୍କେଟ୍ ରେ ମିଳିଥାଏ । ବହୁ ଲୋକ ପ୍ରତିଦିନ ସକାଳେ ଚା’ ସହିତ ରସ୍କ ଆଉ କିଛି ଲୋକ ଦିନରେ ଅଧିକାଂଶ ଥର ଚା’ ସହିତ ରସ୍କ ଖାଇଥାନ୍ତି । ତେବେ ଆପଣ ଜାଣନ୍ତି କି ରସ୍କ କିପରି ଭାବରେ ପ୍ରସ୍ତୁତ ହୋଇଥାଏ ।

ସୋସିଆଲ୍ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି ଯେଉଁଥିରେ ରସ୍କ କିପରି ତିଆରି ହେଉଛି ତାହା ଦେଖିବାକୁ ମିଳୁଛି । ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ଫୁଡି ଇନକାର୍ନେଟ୍ ନାମକ ଆକାଉଣ୍ଟରେ ସେୟାର କରାଯାଇଛି । ଭିଡିଓରେ ଫୁଡ୍ ବ୍ଲଗର ଅମିତ ସିରୋହୀ ରସ୍କ କିପରି ତିଆରି କରାଯାଉଛି ସେ ସଂପର୍କରେ ଲୋକଙ୍କୁ ଦେଖାଇଛନ୍ତି । ଭିଡିଓର କ୍ୟାପସନରେ ସେ ଏହି ଭିଡିଓ କେଉଁଠାରେ ପ୍ରସ୍ତୁତ କରିଛନ୍ତି ଉଲ୍ଲେ୍ଖ କରିବା ସହ ଏକ ଇମୋଜି ସେୟାର କରିଛନ୍ତି । କ୍ୟାପସନ୍ ରହିଛି ‘ମଟିୟା ମହଲ ଜାମିଆ ମସଜିଦ୍ ରେ ରସ୍କ ମେକିଂ’ । ଏହି ଭିଡିଓଟିକୁ ବହୁ ସଂଖ୍ୟାରେ ଲୋକମାନେ ଦେଖି ସାରିଲେଣି ।

ଭିଡିଓର ଆରମ୍ଭରେ କିଛି ଲୋକ ମଇଦା ଦଳୁଥିବାର ଦେଖିବାକୁ ମିଳୁଛି । ଏହି ସମୟରେ ପରିଷ୍କାର ପରିଚ୍ଛନ୍ନତାକୁ ଆଦୌ ନଜର ଦିଆଯାଇନାହିଁ । ଏହାପରେ ସେଥିରେ ତେଲ ଓ ଲୁଣ ମିଶା ଯାଉଥିବା ଦେଖିବାକୁ ମିଳୁଛି । ଏହି ସମୟରେ ଜଣେ ବ୍ୟକ୍ତି ବିଡି ପିଇ ପିଇ ଏହା କରୁଥିବାର ନଜର ଆସୁଛନ୍ତି । ଏହାପରେ ୨ ଜଣ ଲୋକ ଏଥିରେ ହାତ ପୁରାଇ ଏହାକୁ ମିଶାଉଥିବାର ଦେଖାଯାଉଛି । ଏହାକୁ ଅଟା ପରି ଗୁନ୍ଥି ସାରିବା ପରେ ଟେବୁଲ୍ରେ ରଖାଯାଇ ମଝିରେ ମଝିରେ ଆଉ କିଛି ତେଲ ଦିଆଯାଉଛି । ୫ରୁ ୬ ଜଣ ଲୋକ ପୁରା ବଳ ଖଟାଇ ଏହାକୁ ଦଳୁଛନ୍ତି । ଏହାପରେ ଏହାକୁ ଆକାର ଦିଆଯାଇ ଏକ ପ୍ଲେଟ୍ ରେ ରଖାଯାଉଛି । ଏହା ଦେଖିବାକୁ ବ୍ରେଡ୍ ପରି ମନେ ହେଉଛି । ଏହାକୁ ଏବେ ରେକ୍ଟାଙ୍ଗଲ ସେପ୍ ରେ କଟାଯାଇ ବେକ୍ କରାଯାଇ ଏକ କଣ୍ଟେନରରେ ଢାଳି ଦିଆଯାଉଛି । ଏହାପରେ ଏହାର ପ୍ୟାକିଂ କାର୍ଯ୍ୟ ଆରମ୍ଭ ହୋଇଥାଏ । ଭିଡିଓଟିକୁ ଦେଖିବା ପରେ ୟୁଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି । ଜଣେ ୟୁଜର ଲେଖିଛନ୍ତି, ‘ରସ୍କ ଖାଇବ ଯଦି ନିଜ ରିସ୍କରେ ଏହା ଖାଅ’ ।

Get real time updates directly on you device, subscribe now.