fbpx

ଆକାଉଣ୍ଟ ରହିବ ସୁରକ୍ଷିତ, ବ୍ୟାଙ୍କ ପକ୍ଷରୁ ଦିଆଯାଇଥିବା ଏହିସବୁ ଫିଚର୍ସର କିପରି ଉପଯୋଗ କରିବେ ଆସନ୍ତୁ ଜାଣିନେବା

Advertisement

ନୂଆଦିଲ୍ଲୀ: ଦିନକୁ ଦିନ ଅନଲାଇନ ଠକେଇ ବଢିବାରେ ଲାଗିଛି । ସ୍କାମର୍ସ ଏହି ଠକେଇ ଲାଗି ଅଲଗା ଅଲଗା ଉପାୟ ଖୋଜି ବାହାର କରିବାରେ ଲାଗିଛନ୍ତି । ହ୍ୱାଟସଆପ ମେସେଜ୍ ଠାରୁ ଆରମ୍ଭ କରି ଭିଡିଓ କଲ୍ ପର୍ଯ୍ୟନ୍ତ ବିଭିନ୍ନ ତରିକା ଆପଣାଇ ଲୋକଙ୍କ ପକେଟ୍ ଖାଲି କରି ଦେଉଛନ୍ତି ।
ଏହି କ୍ରମରେ ଆମେ ଆପଣଙ୍କୁ ଏହିପରି ଏକ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣାଇଲେ ଆପଣଙ୍କ ଆକାଉଣ୍ଟ ସ୍କାମର୍ସଙ୍କ ଦୃଷ୍ଟିରୁ ସୁରକ୍ଷିତ ରହିବ । ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।

ଆଜିକାଲି ସବୁ ବ୍ୟାଙ୍କ ଅନଲାଇନ୍ ବ୍ୟାଙ୍କିଂ ଓ ଡେବିଟ୍ କାର୍ଡର ସୁବିଧା ପ୍ରଦାନ କରୁଛି । ଏହାର ଫାଇଦା ଉଠାଇ ସ୍କାମର୍ସ ଲୋକଙ୍କ ଆକାଉଣ୍ଟ ଖାଲି କରି ଦେଉଛନ୍ତି । ଏହି କ୍ରମରେ ନିଜ ଆକାଉଣ୍ଟକୁ ସୁରକ୍ଷିତ ରଖିବା ଲାଗି ୟୁଜର୍ସ ବ୍ୟାଙ୍କ ପକ୍ଷରୁ ଦିଆଯାଇଥିବା ବିଭିନ୍ନ ଫିଚର୍ସର ଲାଭ ଉଠାଇ ପାରିବେ । ୟୁଜର୍ସ ବ୍ୟାଙ୍କିଂ ସର୍ଭିସ ଜରିଆରେ ଆସୁଥିବା ଟ୍ରାନଜାକାସନ ଲିମିଟ୍‌କୁ ପରିବର୍ତ୍ତନ କରିପାରିବେ ।
ଅନଲାଇନ ବ୍ୟାଙ୍କିଂ ଓ ବ୍ୟାଙ୍କିଂ ଆପ୍ ଜରିଆରେ ବ୍ୟାଙ୍କ ଆକାଉଣ୍ଟର ଡେଲି ଟ୍ରାନଜାକାସନ୍ ଲିମିଟ୍‌ରେ ପରିବର୍ତ୍ତନ କରପାରିବେ । ଏହା ବ୍ୟତିତ ଏଟିଏମ୍‌ରୁ ଟଙ୍କା ଉଠାଇବା ସୀମାକୁ ବି ସେଟ୍ କରିପାରିବେ।

ଆପ୍‌କୁ ଯାଇ ୟୁଜର କଣ୍ଟାକ୍ଟଲେସ ଲିମିଟ୍ ଓ ଅନଲାଇନ୍ ଲିମିଟ୍ ସେଟ୍ କରିପାରିବେ । ଏହାକୁ ୟୁଜର୍ସ କେତେବେଳେ ବି ନିଜର ଆବଶ୍ୟକତା ଅନୁସାରେ କମ୍ ବେଶୀ କରିପାରିବେ । ଏହା ସହିତ ବ୍ୟାଙ୍କିଂ ସମ୍ବନ୍ଧିତ ଅଜଣା ନମ୍ବରରେ ଆସୁଥିବା କଲ୍ ଓ ମେସେଜ୍ ଉପରେ ନିଜର ବ୍ୟାଙ୍କିଂ ସମ୍ବନ୍ଧିତ କିଛି ବି ବିବରଣୀ ସେୟାର କରନ୍ତୁ ନାହିଁ କିମ୍ବା ନିଜ ଫୋନ୍‌ରୁ ଏପରି ନମ୍ବରକୁ କୌଣସି ପେମେଣ୍ଟ କରନ୍ତୁ ନାହିଁ । ଆଜିକାଲି ପାର୍ଟ ଟାଇମ୍ ଚାକିରୀର ଲୋଭ ଦେଖାଇ ବି ସ୍କାମର୍ସମାନେ ଲୋକଙ୍କୁ ସହଜରେ ଠକୁଛନ୍ତି ।

Get real time updates directly on you device, subscribe now.