fbpx
BSKY SKY
BSKY SKY

ଅଂଶୁଘାତରୁ କିପରି ବର୍ତ୍ତିବେ ? ସରକାରଙ୍କ ଦ୍ୱାରା ଜାରି ହେଲା ନିର୍ଦ୍ଦେଶନାମା

BSKY

ନୂଆଦିଲ୍ଲୀ : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅନେକ ସ୍ଥାନରେ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଦେଶରେ ଅନେକ ସହରର ତାପମାତ୍ରା ୪୦ ଉପରେ ରହିଛି । ଯଦିଓ ରାଜ୍ୟରେ ଏପର୍ଯ୍ୟନ୍ତ ହିଟ୍ ଷ୍ଟ୍ରୋକ୍ ରେ କାହାର ପ୍ରାଣହାନି ଘଟିନାହିଁ, କିନ୍ତୁ ଗତ ରବିବାର ମହାରାଷ୍ଟ୍ରରେ ଏକ ବିଶାଳ ସମାରୋହରେ ହିଟ୍ ଷ୍ଟ୍ରୋକ୍ ବା ଅଂଶୁଘାତରେ ୧୩ ଜଣଙ୍କ ମୃତ୍ୟୁ ଘଟିଛି । ଏହା ପରେ ସରକାରଙ୍କ ପକ୍ଷରୁ ହିଟ୍ ଷ୍ଟ୍ରୋକ୍ ରୁ ବର୍ତ୍ତିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । ତେବେ ଆସନ୍ତୁ ଜାଣିବା ହିଟ୍ ଷ୍ଟ୍ରୋକ୍ କ’ଣ, ଏହାର ଲକ୍ଷଣ ଏବଂ ସେଥିରୁ କିପରି ବର୍ତ୍ତିବେ ।

ହିଟ୍ ଷ୍ଟ୍ରୋକ୍ କ’ଣ?

ସାଧାରଣ ଭାଷାରେ ହିଟ୍ ଷ୍ଟ୍ରୋକକୁ ଅଂଶୁଘାତ ବୋଲି କୁହାଯାଏ । ଆଇଏମଡି ଅନୁଯାୟୀ ଯଦି ଦେଶର ସମତଳ ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରୀ, ଉପକୂଳରେ ୩୭ ଡିଗ୍ରୀ ଏବଂ ପାହାଡ ଅଞ୍ଚଳରେ ୩୦ ଡିଗ୍ରୀ ଛୁଇଁବ, ତେବେ ଏହାକୁ ହିଟ୍ ୱେଭ୍ ବୋଲି କୁହାଯିବ । ତେବେ ଏଭଳି ପରିସ୍ଥିତିରେ ଶରୀର ଉତ୍ତାପକୁ ନିୟନ୍ତୟଣ କରିପାରେନାହିଁ । ଏହି ସମୟରେ ଲୋକଙ୍କୁ ଅଂଶୁଘାତ ବା ହିଟ୍ ଷ୍ଟ୍ରୋକ୍ ହୁଏ । ହିଟ୍ ଷ୍ଟ୍ରୋକ୍ ହେବାର ୧୦ରୁ ୧୫ ମିନିଟ୍ ମଧ୍ୟରେ ଜଣେ ବ୍ୟକ୍ତିର ଶରୀର ସାଧାରଣ ତାପାମତ୍ରାକୁ ଆସିବା ଆବଶ୍ୟକ, ନହେଲେ ମୃତ୍ୟୁବରଣ ହେବାର ସମ୍ଭାବନା ଥାଏ ।

ହିଟ୍ ଷ୍ଟ୍ରୋକ୍ ର ଲକ୍ଷଣ– ମାଂସପେଶୀ ଯନ୍ତ୍ରଣା, ମୁଣ୍ଡବିନ୍ଧ, ଜ୍ୱର, ବାନ୍ତି , ଚର୍ମର ନାଲି ପଡିବା , ହୃଦସ୍ପନ୍ଦନ ବା ହାର୍ଟ ବିଟ୍ ବଢିଯିବା ଚର୍ମ ନରମ ହେବା ଏବଂ ଶୁଷ୍କ ଦେଖାଯିବ ।

ହିଟ୍ ଷ୍ଟ୍ରୋକ୍ ରୁ ବର୍ତ୍ତିବେ କିପରି

– ନିଜକୁ ହାଇଡ୍ରେଟ୍ ରଖନ୍ତୁ ବା ସଠିକ୍ ମାତ୍ରାରେ ପାଣି ପିଅନ୍ତୁ,

– ହାଲୁକା ରଙ୍ଗର ସୂତା ପୋଷାକ ପିନ୍ଧନ୍ତୁ ,

– ଯାତ୍ରା ସମୟରେ ପାଣି ଏବଂ ପିଆଜ ପାଖରେ ରଖନ୍ତୁ

– ଘରୁ ବାହାରକୁ ଯିବାବେଳେ ଚଷମା, ଛତା କିମ୍ବା କ୍ୟାପ୍, ଜୋତା କିମ୍ବା ଚପଲ ବ୍ୟବହାର କରନ୍ତୁ ।

– ଉଚ୍ଚ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ ।

– ମଦ, ଚା, କଫି ଏବଂ କୋଲ୍ଡ ପାନୀୟର ଅତ୍ୟଧିକ ବ୍ୟବହାରରୁ ଦୂରେଇ ରୁହନ୍ତୁ । ଏଗୁଡିକ ଡିହାଇଡ୍ରେସନ୍ ସୃଷ୍ଟି କରେ ।

– ଛୋଟ ପିଲାମାନଙ୍କୁ କିମ୍ବା ଗୃହପାଳିତ ପଶୁମାନଙ୍କୁ ବନ୍ଦ ଗାଡିରେ ଛାଡନ୍ତୁ ନାହିଁ , ଆଉ ଯଦି ଛାଡୁଛନ୍ତି ସେଥିରେ ଏସି ଥିବା ଦରକାର ।

– ଯଦି ଆପଣ ଦୁର୍ବଳ କିମ୍ବା ଅସୁସ୍ଥ ଅନୁଭବ କରୁଛନ୍ତି, ତୁରନ୍ତ ଡାକ୍ତରଙ୍କୁ ଦେଖା କରନ୍ତୁ ।

– ଦହି, ପଇଡ, ଲେମ୍ବୁ ରସ, ତୋରାଣି ପାଣି, ଖାଲି ପାଣି ଆଦି ଉପଯୁକ୍ତ ମାତ୍ରାରେ ପିଆନ୍ତୁ । ଏହା ଦ୍ୱାରା ଶରୀର ହାଇଡ୍ରେଟ୍ ରହିବ ।

-ପଶୁମାନଙ୍କୁ ଛାଇରେ ରଖନ୍ତୁ ଏବଂ ସେମାନଙ୍କୁ ପିଇବା ପାଇଁ ପର‌୍ୟ୍ୟାପ୍ତ ପରିମାଣର ପାଣି ଦିଅନ୍ତୁ ।

-ଘରକୁ ଥଣ୍ଡା ରଖନ୍ତି ।

ହିଟ୍ ଷ୍ଟ୍ରୋକ୍ ବା ଅଂଶୁଘାତ ହେଲେ କ’ଣ କରିବ

ବ୍ୟକ୍ତିଙ୍କୁ ଛାଇ କିମ୍ବା ଥଣ୍ଡା ସ୍ଥାନକୁ ନେଇଯାଆନ୍ତୁ । ପ୍ରଥମେ ଶରୀରକୁ ଥଣ୍ଡା କରିବାକୁ ଚେଷ୍ଟା କରନ୍ତୁ ।

ଶରୀରର ତାପମାତ୍ରା ହ୍ରାସ କରିବାକୁ, ତାଙ୍କ ମୁଣ୍ଡରେ ପାଣି ଢାଳନ୍ତୁ ।

ବ୍ୟକ୍ତିଙ୍କୁ ଓଆରଏସ୍ , ପଇଡ ପାଣି, କିମ୍ବା ଗ୍ଳୁକୋଜ୍ ପାଣି ପିଇବାକୁ ଦିଅନ୍ତୁ ।

ବ୍ୟକ୍ତିଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରନ୍ତୁ ।

Get real time updates directly on you device, subscribe now.