fbpx

ଶୀତଋତୁରେ ମୁହଁ ନଧୋଇ କିପରି ରିମୋଭ କରିବେ ମେକଅପ; ଜାଣନ୍ତୁ ଉପାୟ

Advertisement

ମହିଳାମାନେ ସୁନ୍ଦର ଦେଖାଯିବା ପାଇଁ ପ୍ରତିଦିନ ମେକଅପ୍ କରନ୍ତି । କିନ୍ତୁ ମେକଅପ୍ ସଠିକ୍ ଭାବରେ କରିବା ସହିତ ଏହାକୁ ହଟାଇବା ମଧ୍ୟ ଆବଶ୍ୟକ ହୋଇଥାଏ । କିନ୍ତୁ ଲୋକମାନେ ଶୀତଦିନେ ମୁହଁରେ ଥଣ୍ଡା ପାଣି ଲଗାଇବା ଠାରୁ ଦୂରେଇ ରୁହନ୍ତି । ତେଣୁ ମେକଅପ୍ ମୁହଁରେ ଅଧିକ ସମୟ ରହିଥାଏ । ଦୀର୍ଘ ସମୟ ପର୍ଯ୍ୟନ୍ତ ମୁହଁରେ ମେକଅପ୍ ଲଗାଇଲେ ତ୍ୱଚା ଖରାପ ହୋଇପାରେ । ମେକଅପ୍ ବ୍ୟବହାର କରିବା ପରେ ଚର୍ମ ସଫା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ଯାହାଦ୍ୱାରା ଚର୍ମ ନଷ୍ଟ ହୋଇନଥାଏ ।

ପାଣି ବିନା ମେକଅପ୍ ବାହାର କରିବାର ଉପାୟ-
ୱେଟ ୱାଇପ୍ସ
ଶୀତ ଋତୁରେ ପାଣି ବିନା ମେକଅପ୍ ବାହାର କରିବାର ସର୍ବୋତ୍ତମ ଉପାୟ ହେଉଛି ୱେଟ ୱାଇପ୍ସ । ଥଣ୍ଡା ପାଗରେ ଆପଣ ୱେଟ ୱାଇପ୍ସ ବ୍ୟବହାର କରିପାରିବେ । ଏହାକୁ ବ୍ୟବହାର କରିବା ଦ୍ୱାରା ମେକଅପ୍ ସଂପୂର୍ଣ୍ଣ ପରିଷ୍କାର ହୋଇପାରିବ । ତେବେ ୱେଟ ୱାଇପ୍ସ ସହିତ ମୁହଁ ସଫା କରିବା ପରେ ଚର୍ମକୁ ସଠିକ୍ ଭାବରେ ମଶ୍ଚରାଇଜ୍ କରିବାକୁ ଭୁଲନ୍ତୁ ନାହିଁ ।
ନଡିଆ ତେଲ-
ନଡ଼ିଆ ତେଲକୁ ପାଣି ବିନା ସହଜରେ ମେକଅପ୍ ହଟାଇବା ପାଇଁ ବ୍ୟବହାର କରାଯାଇପାରିବ । ଶୀତଋତୁରେ ଚର୍ମ ବହୁତ ଶୁଷ୍କ ହୋଇଯାଇଥାଏ । ଏପରି ପରିସ୍ଥିତିରେ ନଡିଆ ତେଲର ବ୍ୟବହାର ଚର୍ମ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ସେଥିପାଇଁ ଆପଣ ନଡିଆ ତେଲ ସହିତ ତ୍ୱଚାକୁ ସଫା କରିପାରିବେ, ଏହା ଆପଣଙ୍କ ମେକଅପ୍ ମଧ୍ୟ ସଫା କରିବାରେ ସାହାଯ୍ୟ କରିଥାଏ ।
ଆଲୋଭେରା ଏବଂ ଗ୍ଲିସେରିନ୍-
ତ୍ୱଚାର ଯତ୍ନ ପାଇଁ ଆଲୋଭେରା ଜେଲ୍ ବ୍ୟବହୃତ ହେଉଥିବାବେଳେ ଶୀତ ଋତୁରେ ମେକଅପ୍ ସହଜରେ ହଟାଇବା ପାଇଁ ଆପଣ ଆଲୋଭେରା ଜେଲ୍ ଏବଂ ଗ୍ଲିସେରିନ୍ ବ୍ୟବହାର କରିପାରିବେ ।

Get real time updates directly on you device, subscribe now.