fbpx

ଆଙ୍ଗୁଠିରୁ ଟାଇଟ୍ ମୁଦିକୁ କିପରି ବାହାର କରିବେ ? ଜାଣନ୍ତୁ ଏହି ସହଜ ଉପାୟ

ନୂଆଦିଲ୍ଲୀ : ଯେତେବେଳେ ବି ଲୋକମାନେ ରିଙ୍ଗ ବା ମୁଦି କିଣନ୍ତି, ସେମାନେ ତାହାକୁ ତରବରିଆ ଭାବରେ ଅଙ୍ଗୁଠିରେ ପୁରାଇ ଦିଅନ୍ତି । ତାହା ଅଙ୍ଗୁଠିକୁ ଫିଟ୍ ହେଉଛି କି ନାହିଁ ତାହା ଚିନ୍ତା କରନ୍ତି ନାହିଁ । କିଛି ଲୋକ ମୁଦିକୁ ଜବରଦସ୍ତ ଭାବରେ ପିନ୍ଧନ୍ତି । ଥରେ ଏହି ମୁଦି ପିନ୍ଧିବା ପରେ ତାହା ଆଉ ବାହାରେନି ।

ବେଳେବେଳେ ଏମିତି ବି ହୁଏ, ଲୋକମାନେ ଆଙ୍ଗୁଠିରେ ଟିକିଏ ଛୋଟ କିମ୍ବା ପୂର୍ବରୁ ଟାଇଟ୍ ରିଙ୍ଗ୍ ପିନ୍ଧନ୍ତି, ପରେ ଏହାକୁ ହଟାଇବା କଷ୍ଟକର ହୋଇଯାଏ । ଅନେକ ଥର ଆଙ୍ଗୁଠି ଫୁଲିଯାଏ ଏବଂ ଫୋଟକା ମଧ୍ୟ ହୋଇଯାଏ । ଯାହା ଫଳରେ ତାହାକୁ ବାହାର କରିବାକୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ । ଯଦି ରିଙ୍ଗଟି ଆପଣଙ୍କ ଆଙ୍ଗୁଠିରେ ରହିଛି ଏବଂ ଆଙ୍ଗୁଠି ଫୁଲିଯାଇଛି , ତେବେ ତ କଥା ସରିଲା ।

ଆଜି ଆମେ ଆପଣଙ୍କୁ ବତାଇବୁ ଏହି ସମସ୍ୟାର ଏକ ସମାଧାନର ବାଟ । ଏକ ଭିଡିଓ ଭାଇରାଲ ହୋଇଛି , ଯେଉଁଥିରେ ଦେଖିବାକୁ ମିଳିଛି ଏକ ଚମତ୍କାର କୌଶଳରେ ଅଟକି ରହିଥିବା ଏକ ମୁଦିକୁ ଅତି ସହଜରେ ବାହାର କରାଯାଇପାରିବ । ଆସନ୍ତୁ ଜାଣିବା ଏହି ଉପଯୋଗୀ ଟିପ୍ସ , ଯାହା ସାହାଯ୍ୟରେ ଆପଣ ରିଙ୍ଗକୁ ବାହାର କରିପାରିବେ ।

ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଆଙ୍ଗୁଠିରେ ଲାଗିଥିବା ରିଙ୍ଗକୁ ହଟାଇବା ପାଇଁ ରିବନର ସାହାଯ୍ୟ ନିଆଯାଉଛି । ପ୍ରଥମେ ଆଙ୍ଗୁଠିରେ ଥିବା ରିଙ୍ଗ ଭିତରେ ଏହି ରିବନ୍ କୁ ଭର୍ତ୍ତି କରାଯାଉଛି । ପରେ ଧୀରେ ଧୀରେ ରିଙ୍ଗ୍ କୁ ଖାସାଇ ବାହାରକୁ କଢା ଯାଉଛି ।

ଏହା ବ୍ୟବୀତ ଆଙ୍ଗୁଠିରେ ଲାଗିଥିବା ରିଙ୍ଗକୁ ଅନେକ ଉପାୟରେ ବାହାର କରାଯାଇପାରିବ । ଯେପରିକି ସାବୁନ୍, ଭେସଲିନ୍, ହ୍ୟାଣ୍ଡ ଲୋସନ, ବଟର, ହେୟାର କଣ୍ଡିସନର କିମ୍ବା ସାମ୍ପୋ, ପେଟ୍ରୋଲିୟମ ଜେଲି କିମ୍ବା ଆଣ୍ଟିବାୟୋଟିକ୍ ମଲମ, ନଡିଆ ବା ସୋରିଷ ତେଲ, ବେବି ଅଏଲ୍ ବା ଶିଶୁ ତେଲ ଏହି ସବୁକୁ ବ୍ୟବହାର କରି ଆଙ୍ଗୁଠିରୁ ରିଙ୍ଗ ବାହାର କରି ହେବ ।

Get real time updates directly on you device, subscribe now.