fbpx

ଓମ ବିର୍ଲା V/S କେ. ସୁରେଶ: କିପରି ହେବ ଲୋକସଭା ବାଚସ୍ପତି ନିର୍ବାଚନ? ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ପଦବୀରେ ନିର୍ବାଚନକୁ ନେଇ ସରକାର ଏବଂ ବିରୋଧୀ ମେଣ୍ଟ ଇଣ୍ଡିଆ ମଧ୍ୟରେ ସହମତି ନ ରହିବା କାରଣରୁ ବୁଧବାର ଦିନ ଗୃହରେ ନିର୍ବାଚନ ହେବ । ବୁଧବାର ଲୋକସଭା କାର୍ଯ୍ୟକାଳ ଆରମ୍ଭ ହେବା ପୂର୍ବରୁ ସର୍ବପ୍ରଥମେ ନବନିର୍ବାଚିତ ସାଂସଦମାନଙ୍କ ନାମ ଡକାଯିବ, ଯେଉଁମାନେ ଏପର୍ଯ୍ୟନ୍ତ ସଂସଦ ସଦସ୍ୟତାର ଶପଥ ଗ୍ରହଣ କରିନାହାନ୍ତି । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୃହରେ ନୂତନ ଲୋକସଭା ବାଚସ୍ପତି ଭାବେ ଓମ ବିର୍ଲାଙ୍କ ନାମ ପ୍ରସ୍ତାବ ରଖିବେ ଏବଂ ବିରୋଧୀ ଦଳ ବିନା ସର୍ବସମ୍ମତି କ୍ରମେ ତାଙ୍କୁ ଚୟନ କରିବାକୁ ଅନୁରୋଧ କରିବେ ।

କିପରି ହେବ ନିର୍ବାଚନ: ସରକାରଙ୍କ ପକ୍ଷରୁ କରାଯାଇଥିବା ଅନୁଗ୍ରହକୁ ସ୍ୱୀକାର କରି ବିରୋଧୀ ପକ୍ଷରୁ କେ. ସୁରେଶଙ୍କ ନାମ ଲୋକସଭା ବାଚସ୍ପତିର ପ୍ରାର୍ଥୀ ଭାବେ ପ୍ରସ୍ତାବିତ କରାଯିବନି ଯଦି ଓମ ବିର୍ଲା ନିର୍ବିଶେଷରେ ଲୋକସଭା ବାଚସ୍ପତି ହେବେ । ଯଦି ବିରୋଧୀ ପକ୍ଷରୁ ନିଜ ପ୍ରାର୍ଥୀଙ୍କ ନାମ ପ୍ରସ୍ତାବିତ କରାଯିବ ତେବେ ଲୋକସଭା ଗୃହରେ ନିର୍ବାଚନ କରାଯିବ ।

କୁହାଯାଉଛି ଯେ, ଯଦି ଲୋକସଭା ବାଚସ୍ପତି ପଦବୀକୁ ନେଇ ମତଦାନ ହେବ ତେବେ ଅଧିକ ସମ୍ବାବନା ଏହି କଥାରେ ରହିଛି ଯେ, ଏହି ମତଦାନ ଚିରିକୁଟି ଦ୍ୱାରା କରାଯିବ । ଲୋକସଭାରେ ଶପଥ ନେଇଥିବା ନବନିର୍ବାଚିତ ସାଂସଦ ମତଦାନ ଜରିଆରେ ଏହି ନିଷ୍ପତ୍ତି ନେବେ ଯେ, ଲୋକସଭାର ନୂଆ ବାଚସ୍ପତି କିଏ ହେବ, ଓମ ବିର୍ଲା ନା କେ ସୁରେଶ ।

Get real time updates directly on you device, subscribe now.