fbpx

ଅନଲାଇନରେ କେମିତି ଟ୍ରାନ୍ସଫର ହେବ ଟୁ-ହ୍ୱିଲର ରେଜିଷ୍ଟ୍ରେସନ? ଜାଣନ୍ତୁ ଆବେଦନ କରିବାର ଉପାୟ

ନୂଆଦିଲ୍ଲୀ: କରୋନା ମହାମାରୀ ପରେ ସେକେଣ୍ଡ ହ୍ୟାଣ୍ଡ ଯାନବାହନ କିଣା ବୃଦ୍ଧି ପାଇଛି । ନୂଆ ଗାଡି କିଣିବା ଅପେକ୍ଷା ପୁରୁଣା ଗାଡି ପ୍ରତି ଲୋକମାନେ ବେଶୀ ଆକୃଷ୍ଟ ହେଉଛନ୍ତି । ସେକେଣ୍ଡ ହ୍ୟାଣ୍ଡ ବାଇକ କିଣିବା ଦ୍ୱାରା କିଛି ଟଙ୍କା ସଞ୍ଚୟ କରିପାରିବେ । ତେବେ ବାଇକ କିଣିବା ପରେ ଏହାର ରେଜିଷ୍ଟ୍ରେସନ ଟ୍ରାନ୍ସଫର କରିବା ନିହାତି ଆବଶ୍ୟକ ହୋଇଥାଏ । କିନ୍ତୁ ଅନେକ ଲୋକ ଏହାର ଉପାୟ ଜାଣି ନପାରି ନାନା ଅସୁବିଧାରେ ପଡିଥାନ୍ତି । ତେବେ ଆସନ୍ତୁ ଜାଣିବା କିପରି ଅନଲାଇନରେ ଏହି ରେଜିଷ୍ଟ୍ରେସନ ଟ୍ରାନ୍ସଫର କରିପାରିବେ ।

ପ୍ରଥମେ ବାଇକର ସମସ୍ତ ଡକ୍ୟୁମେଣ୍ଟ ଆପଣଙ୍କ ପାଖରେ ରହିବା ଆବଶ୍ୟକ । ଭେହିକିଲ ରେଜିଷ୍ଟ୍ରେସନ ସାର୍ଟିଫିକେଟ, ପଲ୍ୟୁସନ ସାର୍ଟିଫିକେଟ, ଆଡ୍ରେସ ପ୍ରୁଫ ଇତ୍ୟାଦି ସହ ୪ଟି ଫର୍ମ ଆପଣଙ୍କ ପାଖରେ ରହିବା ଆବଶ୍ୟକ । ଏହାବ୍ୟତୀତ ଗାଡି କେଣସି ବ୍ୟାଙ୍କ ସହ ଫାଇନାନ୍ସ ହୋଇଥିଲେ ଏଥିପାଇଁ ଫର୍ମ ନଂ-୩୫ ମଧ୍ୟ ଆବଶ୍ୟକ ହୋଇପାରେ । ତେବେ ପରିବହନ ୱେବସାଇଟରେ ଆପଣଙ୍କର ଏକ ଆକାଉଣ୍ଟ ରହିବା ଜରୁରୀ । ଏହାଦ୍ୱାରା ଆପଣଙ୍କ ମୋବାଇଲ ନମ୍ବର ମଧ୍ୟ ରେଜିଷ୍ଟର ହୋଇଥିବା ଆବଶ୍ୟକ ।

ଡକ୍ୟୁମେଣ୍ଟସ ଏକାଠି କରିବା ପରେ ଆପଣ ପ୍ରଥମେ ପରିବହନ ୱେବସାଇଟରେ ଯାଇ ‘ଅନଲାଇନ ସର୍ଭିସ’କୁ ସିଲେକ୍ଟ କରନ୍ତୁ । ଏହାପରେ ‘ବାହନ ସମ୍ବନ୍ଧୀୟ ସେବା’ ଉପରେ କ୍ଲିକ କରନ୍ତୁ ଏବଂ ପରେ ନିଜ ରାଜ୍ୟକୁ ସିଲେକ୍ଟ କରନ୍ତୁ । ଏହାପରେ ଗାଡିର ରେଜିଷ୍ଟ୍ରେସନ ନମ୍ବର ଏବଂ ଚେଜିଜ ନମ୍ବର ଭରିବାକୁ ହେବ । ଏସବୁ ପରେ ଆବେଦନକାରୀଙ୍କୁ ଏଖ ଜରୁରୀ ଆପ୍ଲିକେସନ ସିଲେକ୍ଟ କରିବାକୁ ପଡିବ । ଏବେ ଗାଡିର ବିକ୍ରେତା ଏବଂ ନୂଆ ମାଲିକଙ୍କ ସମସ୍ତ ତଥ୍ୟ ବିବରଣୀ ପ୍ରଦାନ କରନ୍ତୁ ।

ସମସ୍ତ ସ୍ଥାନ ପୂରଣ କରିବା ପରେ ଆଧାର କାର୍ଡ ଏବଂ ଓଟିପି ଦ୍ୱାରା ଭେରିଫିକେସନ କରାଯାଏ । ଶେଷରେ ଚାଲାଣର ଏକ ରିସିପ୍ଟ ମିଳିଥାଏ, ଯାହା ଖୁବ ଦରକାରୀ ହୋଇଥାଏ । ତେବେ କିଛି ଆରଟିଓ ନୂଆ ମାଲିକଭ୍କ ଠିକଣାରେ ରେଜିଷ୍ଟ୍ରେସନ ସାର୍ଟିଫିକେଟ ପଠାଇ ଦେଇଥାଏ ତ, ଆଉ କିଛି ରାଜ୍ୟରେ ଆବେଦନକାରୀଙ୍କୁ ଆରଟିଓ ଯିବାକୁ ପଡିଥାଏ ।

Get real time updates directly on you device, subscribe now.