fbpx
BSKY
BJD MC SKY
BJD MS SKY

ପୋଲିସ ଷ୍ଟେସନରେ ମାନବିକ ଅଧିକାର ଅଧିକ ମାତ୍ରାରେ ଉଲ୍ଲଂଘନ ହେଉଛି: CJI

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏନ.ଭି. ରମଣ ଏକ କାର୍ଯ୍ୟକ୍ରମରେ ମାନବିକ ଅଧିକାର ଉପରେ ନିଜର ମତ ରଖିଛନ୍ତି । ପୋଲିସ ଷ୍ଟେସନଗୁଡ଼ିକରେ ମାନବିକ ଅଧିକାରର ଉଲ୍ଲଂଘନ ଅଧିକ ମାତ୍ରାରେ ହେଉଛି । ବିଶେଷ ଅଧିକାରପ୍ରାପ୍ତ ବ୍ୟକ୍ତିଙ୍କୁ ମଧ୍ୟ ଥାନାମାନଙ୍କରେ ଥାର୍ଡ ଡିଗ୍ରୀ ଦିଆଯାଉଛି, ଯାହାକି ମାନବିକ ଅଧିକାର ପ୍ରତି ବିପଜ୍ଜନକ ବୋଲି ସେ କହିଥିଲେ ।

ସିଜେଆଇ କହିଛନ୍ତି ଯେ, ମାନବିକ ଅଧିକାର ଓ ଶାରୀରିକ ଅଖଣ୍ଡତା ପାଇଁ ପୋଲିସ ଷ୍ଟେସନ ହେଉଛି ସବୁଠାରୁ ଅଧିକ ବିପଦ । ବିଭିନ୍ନ ଅଭିଯୋଗରେ ପୋଲିସ ହେପାଜତରେ ଥିବା ଲୋକମାନଙ୍କୁ ଅନେକ ଅତ୍ୟାଚାର ଓ ନିର୍ଯାତନା ଦିଆଯାଉଛି । ଏପରି ସମସ୍ୟା ବର୍ତ୍ତମାନ ସମାଜରେ ବହୁଳ ଭାବେ ଦେଖିବାକୁ ମିଳୁଛି । ସାମ୍ବିଧାନିକ ଘୋଷଣା ପରେ ମଧ୍ୟ ଥାନାଗୁଡ଼ିକରେ କୌଣସି ସୁଧାର ଆସୁ ନାହିଁ । ପୋଲିସର ଏହି ସ୍ୱେଚ୍ଛାଚାରିତାକୁ ରୋକିବା ପାଇଁ ସାମ୍ବିଧାନିକ ଅଧିକାର ଓ କାନୁନ ବିଷୟରେ ଅଧିକ ଜନସଚେତନତାର ଆବଶ୍ୟକତା ରହିଛି । ସମାଜରେ ଉଚ୍ଚସ୍ତର ଓ ନିମ୍ନସ୍ତରର ଲୋକଙ୍କୁ ସମାନ ନ୍ୟାୟ ମିଳିବା ଦରକାର । ନାଗରିକଙ୍କୁ ସୁରକ୍ଷା ଯୋଗାଇବା ସହ ବିଶ୍ୱାସଯୋଗ୍ୟ ହେବା ନ୍ୟାୟପାଳିକାର ମୁଖ୍ୟ କାର୍ଯ୍ୟ ବୋଲି ସେ କହିଥିଲେ ।

Get real time updates directly on you device, subscribe now.