fbpx

ସୀମାରେ ଅଟକିଛି ଶହ ଶହ ଆଳୁ ବୋଝେଇ ଟ୍ରକ୍; ଓଡ଼ିଶାକୁ ପ୍ରବେଶ ଅନୁମତି ନଥିବା କହୁଛି ପଶ୍ଚିମବଙ୍ଗ ପୋଲିସ

ଭୁବନେଶ୍ବର: (ଓଡ଼ିଶା ଭାସ୍କର) ପଶ୍ଚିମବଙ୍ଗ-ଓଡ଼ିଶା ସୀମାରେ ଅଟକିଛି ଶହ ଶହ ଆଳୁ ବୋଝେଇ ଟ୍ରକ୍ । ସୋନାକଣିଆ ନିକଟରେ ଆଳୁ ବୋଝେଇ ଅଟକାଇଛି ପଶ୍ଚିମବଙ୍ଗ ପୋଲିସ । ଓଡ଼ିଶାକୁ ପ୍ରବେଶ ଅନୁମତି ନଥିବାରୁ ଟ୍ରକ ଆସିପାରୁନଥିବା ନେଇ ମିଳିଛି ସୂଚନା । ସୀମାବର୍ତ୍ତୀ ୪ଟି ରାସ୍ତାରେ ଅଟକି ରହିଛି ଶତାଧିକ ଆଳୁ ବୋଝେଇ ଟ୍ରକ୍ । ରାସ୍ତା ସିଲ୍ ହୋଇଥିବା ମିଳିଛି ସୂଚନା । କେଉଁ କାରଣ ପାଇଁ ଏପରି ରାସ୍ତା ସିଲ୍ ହୋଇଛି ତାହା ଏଯାଏଁ ଜଣା ପଡ଼ିନି ।

Get real time updates directly on you device, subscribe now.