fbpx

ତାଲିବାନିଙ୍କ କବଜା ପରେ ଆଫଗାନିସ୍ତାନରେ ଘନେଇଲା ଆହାର ଓ ରୋଗ ସଙ୍କଟ, ୟୁଏନ୍ ଫୁଡ୍ ରିଲିଫ୍ ଏଜେନ୍ସିର ଖୁଲାସା

କାବୁଲ: ଆଫଗାନିସ୍ତାନରେ ତାଲିବାନ ମାନେ କବ୍ଚା କରିବା ପରେ ସେଠାକାର ସ୍ଥିତି ଏବେ ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି । ଲୋକ ମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ ସେଠାରେ ଅନହାର ଏବଂ ସ୍ୱାସ୍ଥ୍ୟ ସମସ୍ୟା ଉପୁଜିଛି । ଲୋକମାନେ ଠିକ୍ ଭାବରେ ଖାଇବାକୁ ବି ପାଉନାହାନ୍ତି । ଦେଶର ଆର୍ଥିକ ସ୍ଥିତି ଦୁର୍ବଳ ହୋଇପଡ଼ିଥିବା ବେଳେ ତାଲିବାନି ମାନେ ଦେଶରେ ଆତଙ୍କ ଖେଳାଇଛନ୍ତି । ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ, କରୋନା ଏବଂ ମରୁଡ଼ି କାରଣରୁ ସେଠାରେ ଲୋକମାନେ ପୋକମାଛି ପରି ଜୀବନ ବଞ୍ଚୁଛନ୍ତି । ଆଉ ଏହାର ପ୍ରଭାବରେ ସେଠାରେ ଅନାହାର ପରି ବିକଟ ସ୍ଥିତି ଦେଖାଦେଇଛି ।

ଜାତିସଂଘର ଖାଦ୍ୟ ସହାୟତା ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ, ଆଫଗାନିସ୍ତାନରେ ପ୍ରାୟ ୧ କୋଟି ୪୦ ଲକ୍ଷ ଲୋକ ଅନାହାରର ସାମନା କରୁଛନ୍ତି । ଏଥିସହ, ୨୦ ମିଲିୟନ୍ ଶିଶୁଙ୍କୁ ପୁଷ୍ଟିହୀନ ଚିକିତ୍ସା ଆବଶ୍ୟକ ରହିଛି । ଡବ୍ଲୁଏଚପି ଆଞ୍ଚଳିକ ନିର୍ଦ୍ଦେଶକ ଜନ୍ ଆଲିଫ୍ କହିଛନ୍ତି ଯେ ଆଫଗାନିସ୍ତାନରେ ୧ କୋଟି ୪୦ ଲକ୍ଷ ଲୋକ ଲୋକ ଏବେ ଦୁଇବେଳା ଖାଇବା ପାଇଁ ସଂଘର୍ଷ କରୁଛନ୍ତି। ଜାତିସଂଘର ଏକ ରିପୋର୍ଟ ରେ ଏପରି କୁହାଯାଇଛି ।

ଏଠାରେ ଗହମର ମୁଲ୍ୟ ୨୫ ପ୍ରତିଶତ ବୃଦ୍ଧି ପାଇଛି । ଯାହାପରେ ଏଠାକାର ଲୋକ ମାନେ ଆର୍ଥିକ ସଙ୍କଟ ନେଇ ଗତି କରୁଛନ୍ତି । ଏହାସହିତ ଦେଶରେ ପୁଣି ଆତଙ୍କବାଦୀ ମାେ ଗୋଟିଏ ପରେ ଗୋଟିଏ ସମସ୍ୟା ସୃଷ୍ଟି କରିଚାଲିଛନ୍ତି । ତେଣୁ ଏବେ ସେଠାରେ ଭବିଷ୍ୟତ ଦେଖିବା ଅସମ୍ଭବ । ଅନ୍ୟପଟେ ଦେଶର ୫ ଲକ୍ଷ ୫୦ହଜାରରୁ ଅଧିକ ଲୋକ ସଂଘର୍ଷ କାରଣରୁ ଦେଶ ଛାଡ଼ି ଚାଲିଯାଇଛନ୍ତି । ଏବେ ବି ଏହି ପ୍ରକିୟା ଜାରି ରହିଛି ।

 

Get real time updates directly on you device, subscribe now.