fbpx

ଜଗତସିଂହପୁରରେ ଚାଞ୍ଚଲ୍ୟ: ସ୍ତ୍ରୀ ଓ ଝିଅକୁ ହାଣିବା ପରେ ଆତ୍ମହତ୍ୟା କଲା ସ୍ୱାମୀ

ଜଗତସିଂହପୁର(ଓଡ଼ିଶା ଭାସ୍କର): ପ୍ରଥମେ ସ୍ତ୍ରୀ ଓ ଝିଅକୁ ହାଣିବା ପରେ ସ୍ୱାମୀର ଆତ୍ମହତ୍ୟା । ଏଭଳି ଏକ ଅଭାବନୀୟ ଘଟଣା ଜଗତସିଂହପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଜୋତଚାନ୍ଦପାଟଣା ଗାଁରେ ଘଟିଯାଇଛି । ଘର ଭିତର ସ୍ୱାମୀଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ମେଡିକାଲରେ ଅନ୍ୟ ୨ ଜଣଙ୍କର ମୃତ୍ୟୁ ଘଟିଛି । କିନ୍ତୁ ଏହି ହତ୍ୟାକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ।

ସୂଚନା ମୁତାବକ, ଜଗତସିଂହପୁର ଜିଲ୍ଲାର ଜୋତଚାନ୍ଦପାଟଣା ଗାଁର ବାସିନ୍ଦା ହେଉଛନ୍ତି ଲୋକନାଥ ପାଲ । ପେଶାରେ ସେ ଜଣେ ରାଜମିସ୍ତ୍ରୀ ଥିବା ଜଣାପଡିଛି । କୌଣସି କାରଣବଶତଃ ସେ ନିଜ ସ୍ତ୍ରୀ ଓ ଝିଅକୁ ହାଣିବା ପରେ ନିଜେ ଆତ୍ମହତ୍ୟା କରିଥିଲେ । ଲୋକନାଥଙ୍କ ଆକ୍ରମଣରେ ଆଜି ସକାଳେ ଝିଅ ମଧୁସ୍ମିତାଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ କଳ୍ପନାଙ୍କ ଅବସ୍ଥା ଗୁରୁତର ହୋଇଥିଲା । ଗୁରୁତର ଅବସ୍ଥାରେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରୁ କଟକ ସ୍ଥାନାନ୍ତର ପରେ କଳ୍ପନାଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟପଟେ ଘଟଣାକୁ ନେଇ ପୋଲିସ ଖୋଳତାଡ଼ ଜାରି ରଖିଛି ।

Get real time updates directly on you device, subscribe now.