କାନପୁର, ୧୭ା୩: ଉତ୍ତରପ୍ରଦେଶର କାନପୁରରେ ଜଣେ ମହିଳା ତାଙ୍କର ଶ୍ୱଶୂରଙ୍କ ଉପରେ ରେପ୍ ଅଭିଯୋଗ କରିଛନ୍ତି । ମହିଳାଙ୍କ ପତି ତାଙ୍କୁ ବହୁ ସମୟରେ ମାରଧର କରିବା ସହ ଘରୁ ବାହାର କରିଦେଇଥିଲେ । ପତ୍ନୀ ଅନ୍ୟ ଜାଗାରେ ରହିବା ପରେ ପତି ତାଙ୍କୁ ସେଠାରେ ଘରେ ବନ୍ଦ କରି ରଖିବା ସମୟରେ ଶ୍ୱଶୂର ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଏହି ଘଟଣାରେ ପୋଲିସ ଶ୍ୱଶୂରଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।
କୋୟଣ ନଗରରେ ରହୁଥିବା ମହିଳାଙ୍କ କହିବାନୁଯାୟୀ, ବିବାହ ପୂର୍ବରୁ ଶ୍ୱଶୂର ତାଙ୍କ ଉପରେ ଖରାପ ନଜର ରଖୁଥିଲେ । ବିବାହ ପରେ ମହିଳାଙ୍କୁ ଅନେକ ସମୟରେ ନିର୍ଯାତନା ଦିଆଯାଉଥିଲା । ତାଙ୍କର ପତି ତାଙ୍କୁ ମାଡ଼ ମାରି ଏକ ଘରେ ବନ୍ଦ କରି ରଖିଥିଲେ । କୌଣସି ପ୍ରକାରେ ମହିଳାଜଣକ ସେଠାରୁ ଖସିଆସିଥିଲେ । ସେ ଏସଏସପି ଅଫିସରେ ପହଞ୍ଚି ପୋଲିସକୁ ସବୁକଥା କହିଦେଇଥିଲେ । ପରେ ପୋଲିସ ଶ୍ୱଶୂରଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।