fbpx

’ସ୍ତ୍ରୀର ଯୌନାଙ୍ଗ ପାଖରେ ଅଛି ଟାଟୁ’, ପ୍ରେମିକର ଧମକ ପରେ ସ୍ଵାମୀ ଥାନାରେ, ସ୍ତ୍ରୀ କହିଲେ…

କଟକ(ଓଡ଼ିଶା ଭାସ୍କର): ପୁଣି ଏକ ଦାମ୍ପତ୍ୟର ଅଡୁଆ ପରିସ୍ଥିତି ସାମ୍ନାକୁ ଆସିଛି। ନିଜ ସ୍ତ୍ରୀର ଚରିତ୍ରକୁ ନେଇ ସ୍ଵାମୀ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ଆଉ ପୋଲିସ୍‌ ନିକଟରେ ଗୁହାରି କରିଛନ୍ତି।  ଅଭିଯୋଗକାରୀ ସ୍ୱାମୀ ମୋହିତ ଶର୍ମା ଭୟଭୀତ ହୋଇ ପଡ଼ୋଶୀଙ୍କ ଘରେ ଆଶ୍ରୟ ନେଇଥିବା ଜଣାପଡ଼ିଛି। ସେ କହିଛନ୍ତି ଯେ ସୋସିଆଲ୍‌ ସାଇଟ୍‌ ଫେସବୁକ୍‌ରେ ବନ୍ଧୁତା ହେବା ପରେ ଯୁବତୀ ଜଣଙ୍କ ତାଙ୍କୁ ବାହା ହେବା ପାଇଁ ବାଧ୍ୟ କରିଥିଲେ । କିନ୍ତୁ ବିବାହ ପରେ ସ୍ତ୍ରୀଙ୍କ ଉପରେ ମୋହିତଙ୍କ ସନ୍ଦେହ ବଢ଼ିବାକୁ ଲାଗିଲା। ଆଉ ପରିସ୍ଥିତି ଏଭଳି ହେଲା ଯେ ଚଉଠି ରାତିରେ ସ୍ତ୍ରୀର ପ୍ରେମିକ ଫୋନ୍‌ କରି ଧମକ ଦେଲା। ସ୍ତ୍ରୀର ଗୁପ୍ତାଙ୍ଗ ଅଞ୍ଚଳରେ ଏକ ଟାଟୁ ରହିଥିବା ସମ୍ପୃକ୍ତ ପ୍ରେମିକ କହିଥିବା ମୋହିତ କହିଛନ୍ତି।

ଖାଲି ସେତିକି ନୁହେଁ, ସ୍ତ୍ରୀ ଦୀର୍ଘ ସମୟ ଧରି ଅନ୍ୟ ପୁରୁଷ ସହ ମୋବାଇଲ୍‌ ଫୋନ୍‌ରେ ଗପୁଥିଲେ। ଆଉ ତାଙ୍କର ବୟଫ୍ରେଣ୍ଡଙ୍କ ନାଁ ତାଙ୍କ ଦେହର ପ୍ରାଇଭେଟ୍‌ ପାର୍ଟରେ ଲେଖା ହୋଇଛି ବୋଲି ତାଙ୍କୁ ଧମକ ମିଳିଥିବା ଅଭିଯୋଗ କରିଛନ୍ତି ମୋହିତ। ତେବେ ସେ ଆଉ ସ୍ତ୍ରୀଙ୍କ ସହ ରହିବାକୁ ଚାହୁନଥିବା ଏବଂ ଅଲଗା ହୋଇଯିବାକୁ ଚାହୁଥିବା ପୋଲିସକୁ କହିଛନ୍ତି। କିନ୍ତୁ ସ୍ତ୍ରୀ ତାଙ୍କୁ ଧମକ ଦେଉଥିବାରୁ ତାଙ୍କ ଜୀବନ ବିପଦରେ ରହିଛି ବୋଲି ଅଭିଯୋଗ କରିଛନ୍ତି ମୋହିତ।

ଅନ୍ୟପକ୍ଷରେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ସମ୍ପୃକ୍ତ ଯୁବତୀ। ପାଲଟା ଅଭିଯୋଗ କରିଛନ୍ତି ଯେ ବିବାହର ମାସକ ପରଠାରୁ ତାଙ୍କୁ ନିର୍ଯାତନା ଦିଆଯାଉଛି। ଶାଶୂଘର ସମସ୍ତେ ମିଶି ନିର୍ଯାତନା ଦେଉଛନ୍ତି ବୋଲି ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ କରାଯାଉ ବୋଲି ମଧ୍ୟ ସେ ଦାବି କରିଛନ୍ତି।

Get real time updates directly on you device, subscribe now.