fbpx

ସ୍ତ୍ରୀକୁ ପ୍ରେମିକ ହାତକୁ ଟେକିଦେଲା ସ୍ୱାମୀ, ବିବାହକୁ ମାତ୍ର ହୋଇଥିଲା ୧୭ ଦିନ; ଏପରି କରିବା ପରେ ଚୁକ୍ତିପତ୍ରରେ ଲେଖିଲେ ଏହିକଥା

ରାଞ୍ଚି: ବିବାହ ବିଚ୍ଛେଦ ହେଉ କିମ୍ବା କଳହ ସବୁକିଛି କୌଣସି ନା କୌଣସି କାରଣ ପାଇଁ ହୋଇଥାଏ । ପ୍ରେମ ପ୍ରଣୟରେ ବେଳେ ବେଳେ କିଛି ଏଭଳି ଘଟଣା ଦେଖିବାକୁ ମିଳେ ଯାହା ଆମକୁ ଆଶ୍ଚର୍ଯ୍ୟ ଚକିତ କରିଦିଏ । ଏଭଳି ଏକ ଘଟଣା ଘଟିଛି ଝାଡଖଣ୍ଡର ରାଞ୍ଚିରେ । ବିବାହର ମାତ୍ର ୧୭ ଦିନ ପ​‌ରେ ସ୍ତ୍ରୀକୁ ପ୍ରେମିକ ହାତକୁ ଟେକିଦେଇଛି ସ୍ୱାମୀ । ଖାଲି ସେତିକି ନୁହେଁ ଚୁକ୍ତିପତ୍ର ମଧ୍ୟ ଯୁବତୀଙ୍କ ହାତରେ ଦେଇଛନ୍ତି ସ୍ୱାମୀ ।

ସୂଚନା ଅନୁଯାୟୀ, ରାଞ୍ଚି ସ୍ଥିତ ହରମୁ ରୋଡ ନ୍ୟୁ ଆନନ୍ଦ ନଗରରେ ରହୁଥିବା ଜଣେ ଯୁବତୀଙ୍କ ସହିତ ରାତୁ ଥାନା ଚିପରା ଗାଁର ଜଣେ ଯୁବକଙ୍କ ଜୁଲାଇ ୩ ତାରିଖରେ ବିବାହ ହୋଇଥିଲା । ହେଲେ ଶାଶୁ ଘରକୁ ଯିବା ପରେ ଅନେକ ସମୟରେ ନବ ବଧୂ ଫୋନରେ କଥା ହେଉଥିଲେ। ଏଥିରେ ସନ୍ଦେହ ହେବାରୁ ତାଙ୍କ ମୋବାଇଲ ଯାଞ୍ଚ କରିଥିଲେ ଘରଲୋକେ । ଏହାପରେ ଘଟଣା ବାବଦରେ ଖୁଲାସା ହୋଇଥିଲା । ଏହାପରେ ଉଭୟ ପରିବାର ଘଟଣାର ଆପୋଷ ବୁଝାମଣା କରିଥିଲେ। ଯୁବତୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ।

କିନ୍ତୁ ନବ ବଧୂ ଜଣକ କୌଣସି କଥା ନଶୁଣି ତାଙ୍କ ପ୍ରେମିକ ନିକଟକୁ ଫେରାର ହୋଇଯାଇଥିଲେ । ଏହାପରେ ଜୁଲାଇ ୧୯ ତାରିଖରେ ପତ୍ନୀକୁ ବୁଝାସୁଝା କରି ଘରକୁ ଆଣିଥିଲେ ଯୁବତୀଙ୍କ ସ୍ବାମୀ । କିନ୍ତୁ ଯୁବତୀଜଣକ ସ୍ୱାମୀଙ୍କ ସହିତ ରହିବା ପାଇଁ ଆଦୌ ରାଜି ନଥିଲେ । ଏହାପରେ ଯୁବକ ଜଣକ ଏକ ଚୁକ୍ତି କରିଥିଲେ ଏବଂ ଯୁବତୀଙ୍କୁ ତାଙ୍କ ପ୍ରେମିକ ସହିତ ରହିବାକୁ ଛାଡିଦେଇଥିଲେ । ମିଳିଥିବା ସୂଚନା ଅନୁସାରେ ଉକ୍ତ ନବ ବିବାହିତା ଯୁବତୀ ଏବଂ ତାଙ୍କ ପ୍ରେମିକଙ୍କ ମଧ୍ୟରେ ପ୍ରାୟ ​‌ଦେଢ ବର୍ଷ ହେଲା ପ୍ରେମ ସମ୍ପର୍କ ଥିଲା ।

 

Get real time updates directly on you device, subscribe now.