fbpx

କରୋନା ଆକ୍ରାନ୍ତ ପତ୍ନୀଙ୍କ ଗଳା କାଟି ହତ୍ୟା କରିବା ପରେ ଆତ୍ମହତ୍ୟା କଲେ ସ୍ୱାମୀ

ପାଟନା, ୨୬/୦୪: ପାଟନା ଜଙ୍କସନଠାରେ ନୟୋଜିତ ଷ୍ଟେସନ ମାଷ୍ଟର ଅତୁଲ ଲାଲ ନିଜ ପତ୍ନୀଙ୍କ ଗଳା କାଟି ହତ୍ୟା କରିଛନ୍ତି । ଏହାପରେ ନିଜେ ମଧ୍ୟ ଆତ୍ମହତ୍ୟା କରିଛନ୍ତି । ରବିବାର ବିଳମ୍ବିତ ରାତିରେ ସେମାନଙ୍କର ଦୁଇ ପିଲା ଅନ୍ୟ ଏକ ରୁମରେ ଶୋଇଥିବାବେଳେ ଏହି ଘଟଣା ଘଟାଇଥିଲେ ଷ୍ଟେସନ ମାଷ୍ଟର । ମହିଳା ଜଣକ କରୋନା ପଜିଟିଭ ଥିଲେ । ଏପେଟ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣାର କାରଣ ଖେଜିବାକୁ ଚେଷ୍ଟା କରୁଛି ପୋଳିସ ।
ସୋମବାର ଏହି ଘଟଣା ଜଣାପଡିବା ପରେ ଅଞ୍ଚଳର ସମସ୍ତ ଲୋକ ଆଶ୍ଚର୍ୟ୍ୟ ହୋଇଯାଇଥିଲେ । ଲୋକମାନେ ପୋଲିସକୁ ସୂଚନା ଦେଇଥିଲେ । ପତ୍ରକାରନଗର ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପୋଲିସ ସୂତ୍ରରୁ ପ୍ରକାଶ ଯେ ମୃତ ମହିଳା ଏକ ଘରୋଇ ଅନୁଷ୍ଠାନରେ କାମ କରୁଥିବାବେଳେ ତାଙ୍କ ସ୍ୱାମୀ ରେଳବାଇରେ କାମ କରୁଥିଲେ। ତେବେ ଏହି ଘଟଣାରେ ପୋଲିସ ପଚରାଉଚରା ଜାରି ରଖିଛି ।

Get real time updates directly on you device, subscribe now.