fbpx
BJD SKY
BJD SKY

ପୋଖରୀରେ ଭାସୁଛି ମହିଳାଙ୍କ ଉଲଗ୍ନ ଶରୀର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

BJD

ସୋରୋ, ୨୬ା୪ (ଓଡିଶା ଭାସ୍କର) : ଗାଁ ପୋଖରୀରେ ଭାସୁଛି ମହିଳାଙ୍କ ଉଲଗ୍ନ ଶରୀର । ଏହି ଭଳି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଖଣ୍ଟପଡା ଥାନା ଅଧୀନରେ ଥିବା ମୈତ୍ରପୁର ଗାଁରେ । ସେଠାକାର ଲୋକେ ପୋଖରୀ ରାସ୍ତା ଦେଇ ଯିବା ଆସିବା କଲା ବେଳେ ମୃତ ମହିଳାଙ୍କ ଶରୀରକୁ ହଠାତ୍ ଦେଖିବାକୁ ପାଇଥିଲେ । ଏହା ପରେ ସେମାନେ ଖଣ୍ଟପଡା ପୋଲିସ୍ କୁ ସଙ୍ଗେ ସଙ୍ଗେ ଖବର ଦେଇଥିଲେ । ଖବର ପାଇ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚିଥିଲା ।

ପୋଲିସର କହିବାନୁସାରେ, ଉକ୍ତ ମହିଳାଙ୍କୁ ଅନେକ ଦିନ ହେବ ମାରି ପୋଖରୀରେ ଫୋପାଡି ଦିଆଯାଇଛି । ତେବେ ମହିଳାଙ୍କୁ କେଉଁ କାରଣରୁ ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ଦୁଷ୍ମର୍ମ ପରେ ହତ୍ୟା କରାଯାଇଥିବା ପୋଲିସ୍ ସନ୍ଦେହ କରୁଛି । ଘଟଣାର ତଦନ୍ତ ପ୍ରକ୍ରିୟା ଏବେ ପୋଲିସ୍ ଆରମ୍ଭ କରିଦେଇଛି ଏବଂ ମୃତ ଦେହକୁ ପୋଷ୍ଟମଟମ୍ ପାଇଁ ପଠାଯାଇଛି ।

Get real time updates directly on you device, subscribe now.