ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା, ଶବକୁ ବସ୍ତାରେ ଭର୍ତ୍ତି କରି ପୋଲ ଉପରୁ ନଦୀକୁ ଫିଙ୍ଗିଦେଲା

ପରକ୍ରିୟା ପ୍ରୀତି ସାଜିଲା କାଳ, ସ୍ୱାମୀ ହାତରେ ଗଲା ସ୍ତ୍ରୀର ଜୀବନ।

ବଣାଇ: ପରକ୍ରୀୟା ପ୍ରୀତିକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ। ସ୍ତ୍ରୀର ତଣ୍ଟି ଚିପି ମାରିଦେଲା ନୃଶଂସ ସ୍ୱାମୀ। ଏତିକିରେ ମନ ଶାନ୍ତି ହେଲାନି ଯେ, ମୃତଦେହକୁ ବସ୍ତାରେ ଭର୍ତ୍ତି କରି ପୋଲ ଉପରୁ ନଦୀକୁ ଫିଙ୍ଗିଦେଲା।

ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଣାଇ ଅଞ୍ଚଳର ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ଯୋଡା ଗାଁରେ। ପରକ୍ରୀୟା ପ୍ରିତି ସନ୍ଦେହ କରି ସ୍ୱାମୀ ଏପରି ଜଘନ୍ୟ କାଣ୍ଡ ଭିଆଇଥିବା ସୂଚନା ମିଳିଛି।

ସ୍ତ୍ରୀକୁ ହତ୍ୟା କରି ବ୍ରାହ୍ମଣୀ ନଦୀକୁ ଫୋପାଡ଼ିବା ପରେ ନିଜେ ଯାଇ ଅଭିଯୁକ୍ତ ସ୍ୱାମୀ ଗୁରୁଣ୍ଡିଆ ଥାନାରେ ଆତ୍ମସମର୍ପଣ କରିଛି।  ଘଟଣା ସମ୍ପର୍କରେ ଜାଣିବା ପରେ ବ୍ରାହ୍ମଣୀ ନଦୀରେ ଶବକୁ ଖୋଜୁଛି ୨ଟି ଥାନାର ପୋଲିସ।