Breaking: ରାତି ଅଧରେ ସ୍ବାମୀର ଅମାନବୀୟ କାଣ୍ଡ, ସ୍ତ୍ରୀର ହାତ ଶିରା କାଟି ହତ୍ୟା

ରିବାହାଲ ଥାନା ପାତଲପଡ଼ା ଗାଁରେ ହତ୍ୟାକାଣ୍ଡ ।

ଭୁବନେଶ୍ବର: ଟିଟିଲାଗଡ଼ରୁ ଏକ ଭୟାନକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ଯାହାକୁ ସାତ ଜନ୍ମର ସାଥି ହେବା ପାଇଁ କଥା ଦେଇଥିଲା ତାକୁ ହିଁ ମାରିଦେଲା ସ୍ବାମୀ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ଖବର ଅନୁସାରେ, ଘରୋଇ କଳିରୁ ସ୍ତ୍ରୀର ହାତ ଶିରା କାଟି ହତ୍ୟା କଲା ସ୍ବାମୀ । ମୁରିବାହାଲ ଥାନା ପାତଲପଡ଼ା ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି ।

ଗତ କିଛି ଦିନ ହେବ ଘରୋଇ କଳହ ଲାଗି ରହିଥିବା ବେଳେ ଆଜି ହଠାତ୍ କ୍ରୋଧିତ ହୋଇ ଧାରୁଆ ଅସ୍ତ୍ରରେ ସ୍ତ୍ରୀର ହାତ ଶିରା କାଟି ଦେଇଥିଲା । ତେବେ ମହିଳାଜଣଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ହେଲେ ମେଡିକାଲରେ ମୃତ୍ୟୁ ଘୋଷଣା କଲେ ଡାକ୍ତର । ଖବର ଲେଖାଯିବା ପର୍ଯ୍ୟନ୍ତ ପରିଚୟ ସ୍ପଷ୍ଟ ହୋଇପାରି ନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।