fbpx

ଅବୈଧ ସମ୍ବନ୍ଧର ଭୟଙ୍କର ପରିଣତି: ଚରିତ୍ରକୁ ସନ୍ଦେହ କରି ପତ୍ନୀଙ୍କୁ ଧାରୁଆ ଅସ୍ତ୍ରରେ ହାଣି ଚାଲିଲେ ପତି

ନୂଆଦିଲ୍ଲୀ: ପାରିବାରିକ ଜୀବନରେ ସନ୍ଦେହ ପ୍ରବେଶ କଲେ ତାର ପରିଣତି ଅତ୍ୟନ୍ତ ଭୟଙ୍କର ହୋଇଥାଏ । ହରିୟାଣାର ସୋନିପତ ସହରରେ ଏପରି ଏକ ଘଟଣା ଘଟିଯାଇଛି । ପତ୍ନୀଙ୍କର ଚରିତ୍ରକୁ ସନ୍ଦେହକୁ କରି ପତି ତାଙ୍କୁ ଏକ ଧାରୁ ଅସ୍ତ୍ରରେ ୩୦ରୁ ଅଧିକ ଥର ଆକ୍ରମଣ କରିଛନ୍ତି । ଫଳରେ ଘଟଣାସ୍ଥଳରେ ଉକ୍ତ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ପୋଲିସ ଏହି ଘଟଣାରୁ ତଦନ୍ତ ଆରମ୍ଭ କରିଦେଇଛି ।

ଜଣାପଡ଼ିଛି ଯେ, ସୋନିପତର ତାରାନଗରରେ ରହୁଥିବା ଦମ୍ପତି ଶତ୍ରୁଘ୍ନ ଓ ପୁନମଙ୍କ ମଧ୍ୟରେ ବହୁପୂର୍ବରୁ ବିବାଦ ରହିଆସିଥିଲା । ପୁନମଙ୍କର ବାହାର ଲୋକଙ୍କ ସହିତ ଅବୈଧ ସମ୍ବନ୍ଧ ରହିଥିବା ନେଇ ଶତ୍ରୁଘ୍ନ ସନ୍ଦେହ କରୁଥିଲେ । ତେଣୁ କ୍ରୋଧର ବଶବର୍ତ୍ତୀ ହୋଇ ଶତ୍ରୁଘ୍ନ ପୁନମଙ୍କ ଶରୀରରେ ଏକ ଧାରୁଆ ଅସ୍ତ୍ରରେ ୩୦ରୁ ଅଧିକ ଥର ୱାର କରିଥିଲେ । ଫଳରେ ଘଟଣାସ୍ଥଳରେ ପୁନମଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ସୋନିପତ ସିଭିଲ ଲାଇନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଛି । ଏଥିସହ ମୃତକ ପୁନମଙ୍କ ପିତା ଭଗବାନ ଦାସଙ୍କ ବୟାନକୁ ଆଧାର କରି ପୋଲିସ ଶତ୍ରୁଘ୍ନ ଉପରେ ହତ୍ୟା ମାମଲା ରୁଜୁ କରିବା ସହ ତଲାସୀ କାର୍ଯ୍ୟ ଜାରି ରଖିଛି ।

Get real time updates directly on you device, subscribe now.