fbpx

କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ ସ୍ୱାମୀ-ସ୍ତ୍ରୀଙ୍କୁ ପ୍ରତି ମାସରେ ମିଳିବ ୧୦ ହଜାର, ଜାଣନ୍ତୁ କିପରି ପାଇବେ ଫାଇଦା?

ନୂଆଦିଲ୍ଲୀ: ଯଦି ଆପର ନିବେଶର ଯୋଜନା କରୁଛନ୍ତି,ତେବେ ଆପଣଙ୍କ ପାଇଁ ଆସିଛି ଏକ ସୁବର୍ଣ୍ଣ ସୁଯୋଗ । ତେବେ ବହୁତ ଲୋକ କମ୍ ନିବେଶ କରି ଗ୍ୟାରେଣ୍ଟିର ଲାଭ ଉଠାଇବାକୁ ଚାହାଁନ୍ତି । ଯଦି ଆପଣ କମ୍ ନିବେଶରେ ପେନସନର ଗ୍ୟାରେଣ୍ଟି ଚାହାଁନ୍ତି, ତେବେ ବୃଦ୍ଧାବସ୍ଥା ପାଇଁ ଅଟଳ ପେନସନ୍ ଯୋଜନା ଆପଣଙ୍କ ପାଇଁ ଭଲ ବିକଳ୍ପ ।

ସରକାରଙ୍କ ଏହି ଯୋଜନା ଅଧୀନରେ ଉଭୟ ସ୍ୱାମୀ-ସ୍ତ୍ରୀ ଫାଇଦା ଉଠାଇପାରିବେ । ଏହି ଯୋଜନାରେ ଉଭୟ ଯଦି ପୃଥକ ପୃଥକ ଭାବରେ ନିବେଶ କରନ୍ତି, ତେବେ ମାସକୁ ୧୦ ହଜାର ଟଙ୍କା ମିଳିପାରିବ । ବର୍ତ୍ତମାନ ସରକାର ଅଟଳ ପେନସନ୍ ଯୋଜନା ଅଧୀନରେ ୬୦ ବର୍ଷ ପରେ ମାସକୁ ୧୦୦୦ ରୁ ୫୦୦୦ ଟଙ୍କା ପେନସନ୍ ଗ୍ୟାରେଣ୍ଟି ଦେଉଛନ୍ତି । ସରକାରଙ୍କ ଏହି ଯୋଜନାରେ ୪୦ ବର୍ଷ ବୟସ ପର୍ଯ୍ୟନ୍ତ ବ୍ୟକ୍ତି ଆବେଦନ କରିପାରିବେ ।

ତେବେ ଏହି ଯୋଜନା ଅଧୀନରେ ଆକାଉଣ୍ଟରେ ପ୍ରତି ମାସରେ ଏକ ନିର୍ଦ୍ଦିଷ୍ଟ ଯୋଗଦାନ କରିବା ପରେ ଆପଣଙ୍କୁ ଅବସର ପରେ ମାସିକ ୧ ହଜାରରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ୍ ଦିଆଯିବ । ପ୍ରତି ୬ ମାସରେ କେବଳ ୧୨୩୯ ଟଙ୍କା ନିବେଶରେ ୬୦ ବର୍ଷ ବୟସ ପରେ ଆଜୀବନ ପ୍ରତିମାସରେ ୫୦୦୦ ଟଙ୍କା ଅର୍ଥାତ୍ ବାର୍ଷିକ ୬୦,୦୦୦ ଟଙ୍କା ପେନସନର ଗ୍ୟାରେଣ୍ଟି ଦେଉଛନ୍ତି ସରକାର ।

ନିୟମ ଅନୁସାରେ, ଯଦି ୫୦୦୦ ଟଙ୍କା ମାସକୁ ପେନସନ ପାଇବାକୁ ଆପଣ ୧୮ ବର୍ଷ ବୟସରେ ଏହି ଯୋଜନାରେ ଯୋଡିହୁଅନ୍ତି, ତେବେ ପ୍ରତିମାସକୁ ୨୧୦ ଟଙ୍କା ଦେବାକୁ ପଡିବ । ଯଦି ଆପଣ ୩ ମାସରେ ଦେବାକୁ ଚାହୁଁଛନ୍ତି ତେବେ ୬୨୬ ଟଙ୍କା ଓ ୬ ମାସରେ ୧୨୩୯ଟଙ୍କା ଦେବାକୁ ପଡିବ । ମାସକୁ ୧୦୦୦ ଟଙ୍କା ପେନସନ୍ ପାଇବାକୁ ଚାହୁଁଥିଲେ ଆପଣଙ୍କୁ ଯଦି ଆପଣ ୧୮ ବର୍ଷ ବୟସରେ ନିବେଶ କରନ୍ତି, ତେବେ ଆପଣଙ୍କୁ ମାସକୁ ୪୨ ଟଙ୍କା ଦେବାକୁ ପଡିବ ।

ସରକାରୀ ଯୋଜନା ସହିତ ଜଡିତ ଜରୁରୀ ସୂଚନା ;

– ଆପଣଙ୍କୁ ପେମେଣ୍ଟ ପାଇଁ ୩ ପ୍ରକାରର ପ୍ଲାନ ଚୟନ କରିପାରିବେ, ତାହା ହେଉଛି-ମାସିକ, ତ୍ରଇମାସିକ ଓ ୬ ମାସିକ ।

– ଇନକମ୍ ଟ୍ୟାକ୍ସ ଧାରା ୮୦ସିସିଡି ଅଧୀନରେ ଏଥିରେ ଟିକସ ଛାଡର ଲାଭ ମିଳିଥାଏ ।

– ଜଣେ ସଦସ୍ୟଙ୍କ ନାମରେ କେବଳ ୧ ଆକାଉଣ୍ଟ ଖୋଲାଯିବ ।

– ଯଦି ସଦସ୍ୟ ୬୦ ବର୍ଷ ପୂର୍ବରୁ କିମ୍ବା ପରେ ମରିଯାଏ, ତେବେ ପେନସନ୍ ରାଶି ପତ୍ନୀଙ୍କୁ ଦିଆଯିବ ।

– ଯଦି ଉଭୟ ସ୍ୱାମୀ-ସ୍ତ୍ର ମରିଯାଆନ୍ତି, ତେବେ ନୋମିନିଙ୍କୁ ପେନସନ ଦେବେ ସରକାର ।

Get real time updates directly on you device, subscribe now.