fbpx

ଡେଲିଭରି କରିବା ସମୟରେ ଆକ୍ରମଣ କଲା ପୋଷା କୁକୁର, ତିନି ମହଲା ବିଲଡିଂରୁ ଖସି ପ୍ରାଣ ହରାଇଲେ ସ୍ୱିଗୀ ଡେଲିଭରୀ ଏଜେଣ୍ଟ

ନୂଆଦିଲ୍ଲୀ: ହାଇଦ୍ରାବାଦ୍‌ରେ ଏକ ତିନି ମହଲା ବିଲଡିଂରୁ ଖସି ପଡ଼ିବାରୁ ଜଣେ ସ୍ୱିଗୀ ଡେଲିଭରୀ ଏଜେଣ୍ଟଙ୍କ ମୃତ୍ୟୁ ହୋଇଛି। ୨୩ ବର୍ଷୀୟ ମହମ୍ମଦ ରିଜୱାନ ଏଠାରେ ଖାଇବା ଡେଲିଭରୀ କରିବାକୁ ଆସିଥିଲା। ଏହି ସମୟରେ ଏକ ପାଳିତ କୁକୁର ତାଙ୍କର ପିଛା କରିଥିଲା। ଯେଉଁଥି ପାଇଁ ସେ ବିଲଡିଂରୁ ଉପରୁ ଖସି ପଡିଥିଲ।

ସୂଚନା ଅନୁଯାୟୀ, ମହମ୍ମଦ ରିଜୱାନ ଜାନୁଆରୀ ୧୧ ରେ ବଞ୍ଜାରା ହିଲ୍ସରେ ଥିବା ଲୁମ୍ବିନି ରକ୍ ଫେସଲ ଆପାର୍ଟମେଣ୍ଟରେ ଖାଦ୍ୟ ଦେବାକୁ ଆସିଥିଲେ। ଏଠାରେ ଗ୍ରାହକଙ୍କ ଗୃହପାଳିତ ଜର୍ମାନ ଶେଫର୍ ତାଙ୍କ ପଛରେ ଦୌଡ଼ିବାକୁ ଲାଗିଲେ। ଯେଉଁଥିପାଇଁ ସେ ତଳେ ପଡ଼ି ରବିବାର ଦିନ ମୃତ୍ୟୁ ବରଣ କରିଥିଲେ।

ପୋଲିସ କହିବା ମୁତାବକ ରିଜୱାନ ଗ୍ରାହକଙ୍କ କବାଟ ପାଖରେ ପହଞ୍ଚିବା ପରେ କୁକୁର ତାଙ୍କ ଉପରକୁ ଡେଇଁ ଆକ୍ରମଣ କରିଥିଲା। ଏହି ସମୟରେ କୁକୁର ନିକଟରୁ ଦୁରକୁ ପଳାଇବା ପାଇଁ ଚେଷ୍ଟା କରୁଥିବା ସମୟରେ ରିଜୱାନ ରେଲିଙ୍ଗରୁ ଡେଇଁବାକୁ ଚେଷ୍ଟା କରିଥିଲା। କିନ୍ତୁ ସଠାରୁ ସେ ଖସି ଯାଇ ତଳେ ଗଳି ପଡିଥିଲା। ଯାହା ପଳରେ ରିଜବାନ ମୁଣ୍ଡରେ ଗଭିର ଆଘାତ ଲାଗିଥିଲା। ଏହାପରେ କୁକୁରଟି ମାଲିକ ରିଜବାନକୁ ନେଇ ନିକଟସ୍ଥ ଆୟୁବିଜ୍ଞାନ ସଂସ୍ଥାନରେ ଭର୍ତ୍ତି କରିଥିଲେ।

ଏହି ଘଟଣା ପରେ ପୋଲିସ ଅବହେଳା ଦ୍ୱାରା ମୃତ୍ୟୁ ଘଟାଇବା ଏବଂ ଅନ୍ୟର ଜୀବନ କିମ୍ବା ବ୍ୟକ୍ତିଗତ ସୁରକ୍ଷା ପ୍ରତି ବିପଦ ଥିବା ଅଭିଯୋଗରେ ପୋଲିସ କୁକୁର ମାଲିକଙ୍କ ବିରୋଧରେ ମାମଲା ରୁଜୁ କରିଛି ।

Get real time updates directly on you device, subscribe now.