fbpx

ମତେ ଏବେ ୫୮ ବର୍ଷ, ଦିଶୁଛି ୩୦ ବର୍ଷ ଭଳି , ଫିଟନେସ ଓ ଲୁକ୍ସ ଆଗରେ ସମସ୍ତେ ପାଗଳ, ଏମିତି ଜଣେ ପ୍ରସିଦ୍ଧ ଫଟୋଗ୍ରାଫର…

ଓଡିଶା ଭାସ୍କର: ଦିନ ଥିଲା  ସମୟ ଆସିଲେ ଲୋକେ ଆଉ ଫିଟନେସ ପ୍ରତି ଧ୍ୟାନ ଦେଉ ନ ଥିଲେ । ମାତ୍ର ସମୟ ବଦଳି ସାରିଛି ଓ ଲୋକେ ମଧ୍ୟ ବଦଳୁଛନ୍ତି ସମୟ ସହ । ସେଲିବ୍ରିଟିଠୁ ଆରମ୍ଭ କରି ସାଧାରଣ ଲୋକେ ବି ଆଜିକାଲି ନିଜକୁ ଫିଟ ରଖିବାକୁ ଚେଷ୍ଟା କରୁଛନ୍ତି । ଏହିକ୍ରମରେ ଏମିତି କିଛି ମାତ୍ର ଲୋକ ଥାଆନ୍ତି, ଯିଏ ନିଜ ଫିଟନେସ ସାହାଯ୍ୟରେ ନିଜ ବୟସକୁ ରିବର୍ସ ଏଜିଂ କରି ପାରନ୍ତି ।

୨୫-୩୦ ବର୍ଷ ବୟସରେ ମଣିଷର ବୟସ ଯେମିତି ଥାଏ , ସେ ବୟସ ଆଉ ୫୫-୬୦ ବର୍ଷ ବୟସରେ ରୁହେ ନାହିଁ । ମାତ୍ର ଏମିତି ଜଣେ ଭିନ୍ନ ମଣିଷ ଅଛନ୍ତି ଯାହାଙ୍କ ବୟସ ଆପଣ ସହଜରେ ଜାଣି ପାରିବେ ନାହିଁ । ଆମେ କହୁଛୁ, ସେଲିବ୍ରିଟି ଫଟୋଗ୍ରାଫର ଚୁଆନଡୋ ଟୈନଙ୍କ । ତାଙ୍କ ବୟସ ଏବେ ୫୮ ବର୍ଷ ବୟସ । ମାତ୍ର ଲାଗୁଛନ୍ତି ମାତ୍ର ୩୦ ବର୍ଷ ବୟସର ।

ଚୁଆନଡୋ ଟୈନ ଜଣେ ପ୍ରସିଦ୍ଧ ଫଟୋଗ୍ରାଫର ଅଟନ୍ତି । ୨୦୧୭ ମସିହାରେ ସେ ନିଜର ହ୍ୟାଣ୍ଡସମ ଲୁକ୍ସ ପାଇଁ ବେଶ୍ ଲୋକପ୍ରିୟ ହୋଇଥିଲେ । ଚୁଆନଡୋଙ୍କୁ ଏତେ ସହଜ ନଥିଲା ଏ ଫିଟନେସ ପାଇଁ । ସେ କଠିନ ପରିଶ୍ରମ କରିଛନ୍ତି ନିଜ ଲୁକ୍ସକୁ ନେଇ । ଚୁଆନଡୋ କେବେ ନା କେବେ ବାର୍ଦ୍ଧକ୍ୟରେ ଉପନୀତ ହେବେ ଓ ସେ ବି ଦିନେ ଏହି ଲୁକ୍ସ ହରାଇବେ ବୋଲି ସେ କହିଛନ୍ତି । ଏହା ସେ ନିଜେ ବି ଭଲ ଭାବରେ ଜାଣନ୍ତି । ମାତ୍ର ୫୮ ବର୍ଷ ବୟସରେ ଏଭଳି ଫିଟନେସ ନିଶ୍ଚିତଭାବରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରେ । ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ଆଜି ସମସ୍ତଙ୍କ ପାଇଁ ପ୍ରେରଣା ସାଜିଛି ।

Get real time updates directly on you device, subscribe now.