fbpx

‘ମୋତେ ଆସ୍ଥାରୁ ପ୍ରେରଣା ମିଳିଥାଏ…’, ସଂସଦୀୟ ନିର୍ବାଚନ ପୂର୍ବରୁ ଲଣ୍ଡନ ସ୍ଥିତ ହିନ୍ଦୁ ମନ୍ଦିର ଦର୍ଶନ କରି ଏପରି କହିଲେ ରୁଷି ସୁନକ

Advertisement

ଲଣ୍ଡନ: ବ୍ରିଟେନରେ ଆଗାମୀ ସଂସଦୀୟ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜୋରଦାର ପ୍ରସ୍ତୁତି ଜାରି ରହିଛି । ତେବେ ରୁଷି ସୁନକଙ୍କ କନଜର୍ଭେଟିଭ ପାର୍ଟି ପୁଣି ଥରେ ବିଜୟ ପତାକା ଲହରାଇବା ନେଇ ଆଶାବାଦୀ ଅଛି । ଏଥିମଧ୍ୟରେ ଶନିବାର ରୁଷି ସୁନକ ଏବଂ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତି ଲଣ୍ଡନ ସ୍ଥିତ ପ୍ରତିଷ୍ଠିତ ଶ୍ରୀ ସ୍ୱାମୀ ନାରାୟଣ ମନ୍ଦିର ଦର୍ଶନ ପାଇଁ ଯାଇଥିଲେ । ସେଠାରେ ସୁନକ ହିନ୍ଦୁ ଆସ୍ଥା ବିଷୟରେ ଖୋଲା ଖୋଲି ଭାବେ ନିଜ ମତ ପ୍ରକାଶ କରିଥିଲେ ।

ବ୍ରିଟେନରେ ଆଗାମୀ ସଂସଦୀୟ ନିର୍ବାଚନକୁ ଦୃଷ୍ଟିରେ ରଖି ଶନିବାର ରୁଷି ସୁନକ ଏବଂ ତାଙ୍କ ପତ୍ନୀ ଲଣ୍ଡନ ସ୍ଥିତ ଶ୍ରୀ ସ୍ୱାମୀ ନାରାୟଣ ମନ୍ଦିର ପରିଦର୍ଶନ କରିଥିଲେ । ସେଠାରେ ପୂଜାର୍ଚ୍ଚନା କରିବା ପରେ ଆଶୀର୍ବାଦ ନେଇଥିଲେ । ଶ୍ରୀ ସ୍ୱାମୀ ନାରାୟଣ ମନ୍ଦିର ନେସଡେନ୍ ମନ୍ଦିର (Neasden Temple) ଭାବେ ବେଶ ଜଣାଶୁଣା । ସେଠାରେ ରୁଷି ସୁନକ ହିନ୍ଦୁ ଆସ୍ଥା ବିଷୟରେ ଉପସ୍ଥିତ ଲୋକଙ୍କୁ ସମ୍ବୋଧିତ କରି କହିଥିଲେ, ‘ମୁଁ ଜଣେ ହିନ୍ଦୁ ଏବଂ ଆପଣଙ୍କ ଭଳି ମୋ ପାଇଁ ବି ଆସ୍ଥା ହେଉଛି ପ୍ରେରଣା ଏବଂ ଆଶାର ସ୍ରୋତ । ଧର୍ମ ସର୍ବଦା ତାଙ୍କର ମାର୍ଗଦର୍ଶନ କରୁଛି । ତାହା ବ୍ୟକ୍ତିଗତ ଜୀବନ ହେଉ କିମ୍ବା ସାର୍ବଜନିକ ସଂସଦର ସଦସ୍ୟ ଭାବରେ ‘ଭଗବଦ୍ ଗୀତା’ ଛୁଇଁ ଶପଥ ନେଇଥିବାରୁ ମୁଁ ଗର୍ବିତ । ଆମ ଧର୍ମ ନିଜ କର୍ତ୍ତବ୍ୟ ପାଳନ କରିବା ଶିଖାଇଥାଏ ଏବଂ ସଚ୍ଚୋଟତାର ସହ ଏହାର ପାଳନ କଲେ ପରିଣାମ ବିଷୟରେ ଚିନ୍ତା କରିବା ଉଚିତ ନୁହେଁ ।’ ସେ ଆହୁରି ମଧ୍ୟ କହିଛନ୍ତି ଯେ ମାତା ପିତାଙ୍କ ପରି ମୁଁ ମଧ୍ୟ ସରଳ ଜୀବନ ବିତାଇବା ପାଇଁ ଚେଷ୍ଟା କରୁଛି ଏବଂ ଏହି ଶିକ୍ଷା ମୋ ଝିଅଙ୍କୁ ମଧ୍ୟ ଦେବାକୁ ଚାହୁଁଛି । ଏହି ଧର୍ମ ହିଁ ମୋତେ ଜନସେବା ଦିଗରେ ମୋର ମାର୍ଗଦର୍ଶନ କରିଥାଏ ବୋଲି ରୁଷି ସୁନକ କହିଥିଲେ ।

Get real time updates directly on you device, subscribe now.