fbpx

ପିଏମ ମୋଦୀଙ୍କୁ ହତ୍ୟା କରିବା ଷଡ଼ଯନ୍ତ୍ରର ଖୁଲାସା, ଧମକପୂର୍ଣ୍ଣ ଇ-ମେଲରେ ୨୦ କିଲୋ RDX…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ, ଏନଆଇଏର ମୁମ୍ବାଇ ବ୍ରାଞ୍ଚକୁ ଏକ ଇ-ମେଲ ମିଳିଛି, ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରିବା ବିଷୟରେ ଲେଖାଅଛି । ଇ-ମେଲର ଯାଞ୍ଚ କରିବାରେ ଏନଆଇଏ ଲାଗିପଡିଛି ।

ଇ-ମେଲରେ ଦାବି କରାଯାଇଛି ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମାରିବାକୁ ୨୦ ସ୍ଲିପର ସେଲ ପ୍ରସ୍ତୁତ ଅଛି, ଯେଉଁଥିରେ ମୋଟ ୨୦ କିଲୋ RDX ରହିଛି । ଗୁପ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପିଏମ ମୋଦୀଙ୍କୁ ୨୦ କିଲୋ RDXରେ ମାରିବା ଷଡ଼ଯନ୍ତ୍ର ସ୍ଲିପର ସେଲ ଜରିଆରେ ରଚାଯାଇଛି । ମୋଦୀଙ୍କୁ ହତ୍ୟା କରିବାର ଷଡ଼ଯନ୍ତ୍ର ସମ୍ବନ୍ଧରେ ମିଳିଥିବା ଇମେଲର ଉତ୍ସ ଜାଣିବାକୁ ସୁରକ୍ଷା ଏଜେନ୍ସି ସୂଚନା ସଂଗ୍ରହ କରୁଛି ।

ମେଲରେ ଦାବି କରାଯାଇଛି ଯେ, RDX ଅତି ସହଜରେ ମିଳିସାରିଛି ଓ ୨୦ କିଲୋ ଆରଡିଏକ୍ସର ବ୍ୟବସ୍ଥା କରାଯାଇଛି । ମେଲରେ ୨ କୋଟି ଲୋକଙ୍କୁ ମାରିବାର ଦାବି କରାଯାଇଛି । ଇ-ମେଲ ଅନୁସାରେ, ଆକ୍ରମଣର ଯୋଜନା ପ୍ରସ୍ତୁତ କରାଯାଇଛି । ମେଲରେ କୁହାଯାଇଛି ଯେ, ମେଲ ଲେଖିଥିବା ବ୍ୟକ୍ତିଙ୍କର ଅନେକ ଆତଙ୍କବାଦୀଙ୍କ ସହ ଲିଙ୍କ ଅଛି । ଏହି ମେଲ କେଉଁଠୁ ଆସିଛି ଓ ଏହା ପଛରେ କେତେ ସତ ଅଛି, ସେନେଇ ଏଜେନ୍ସି ଛାନଭିନ୍ କରୁଛି ।

Get real time updates directly on you device, subscribe now.