fbpx

ସ୍ୱାମୀକୁ ପ୍ରେମିକ କହିଲା- ‘ତୋ ସ୍ତ୍ରୀକୁ ମୁଁ ଗର୍ଭବତୀ କରିଛି’: କୌଣସି ଫିଲ୍ମ ଷ୍ଟାଇଲରୁ କମ୍ ନୁହେଁ ଏହି କାହାଣୀ

କାନପୁର: ଉତ୍ତରପ୍ରଦେଶର କାନପୁରରେ ରେପର ଅଭିଯୁକ୍ତ ଜଣେ ଯୁବତୀଙ୍କ ସହ ଏପରି ଖେଳ ଖେଳିଛନ୍ତି, ଯାହା କୌଣସି ଫିଲ୍ମ ଷ୍ଟାଇଲରୁ କମ୍ ନୁହେଁ । ସୁରଜ ନାମକ ଅଭିଯୁକ୍ତ ୨ ବର୍ଷ ପୂର୍ବରୁ ପୀଡିତ ଯୁବତୀଙ୍କ ଘରେ ପଶି ଦୁଷ୍ମର୍ମ କରିଥିଲା । ଯୁବତୀଙ୍କ ପିତା-ମାତା ଏନେଇ ମାମଲା ରୁଜୁ କରିବାକୁ ଥାନାରେ ପହଞ୍ଚିଥିଲେ, ଯେଉଁଠାରେ ସୁରଜର ବାପା-ମା ଦୁହିଁଙ୍କର ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ଫେରାଇଆଣିଥିଲେ । ଏହାର ୨ ମାସ ପରେ ସେମାନେ ବିବାହ କରିବାକୁ ମନା କରିଦେଲେ, କିନ୍ତୁ ସେତେବେଳେକୁ ପୀଡିତା ଗର୍ଭବତୀ ହୋଇସାରିଥିଲେ ।

ଏହା ପରେ ଯୁବତୀଙ୍କ ପିତା ତାଙ୍କର ବିବାହ ଅନ୍ୟତ୍ର କରିଦେଲେ । ବିବାହ ପରେ ଯେବେ ଯୁବତୀ ବାପଘରକୁ ଆସିଥିଲେ, ସେବେ ସୁରଜ ପୁଣିଥରେ ରେପ୍ କରିବାକୁ ପ୍ରୟାସ କରିଥିଲା । ଯୁବତୀ ଏଥିରେ ବିରୋଧ କରିବାକୁ ସେ ତାଙ୍କ ସ୍ୱାମୀଙ୍କୁ ଫୋନ୍ କରିଥିଲା ଓ ‘ତୋ ସ୍ତ୍ରୀକୁ ମୁଁ ଗର୍ଭବତୀ କରିଛି, ତା’ ପେଟରେ ମୋ ଛୁଆ ଅଛି’ ବେଶଲି କହିଥିଲା । ଏଥିରେ ରାଗିଯାଇ ସେହିଦିନ ହିଁ ସ୍ୱାମୀ ନିଜ ସ୍ତ୍ରୀକୁ ଛାଡ଼ିଦେଇଥିଲା । କିଛିଚ ମାସ ପରେ ପୀଡିତା ଏକ ଛୁଆକୁ ଜନ୍ମ ଦେଇଥିଲେ ।

ଗତ ୨୫ ସେପ୍ଟେମ୍ବରରେ ସୁରଜ ପୁଣି ପୀଡିତାଙ୍କୁ ରେପ୍ କରିଥିଲା । ଏନେଇ ପୀଡିତା ଥାନାରେ ମାମଲା ରୁଜୁ କରିଥିବା ବେଳେ ପୋଲିସ ବର୍ତ୍ତମାନ ସୁଦ୍ଧା କୌଣସି ଆକ୍ସନ ନେଇନାହିଁ । ସୁରଜ ଏବେ ବି ଖୋଲାରେ ବୁଲୁଛି । ଆକ୍ସନ ନନେଇ ପ୍ରଥମେ ଛୁଆ ଓ ସୁରଜର ଡିଏନଏ ଟେଷ୍ଟ କରିବାକୁ ପେଶଲିସ ସଫେଇ ଦେଉଛି । ଡିଏନଏ ରିପୋର୍ଟ ଆସିବା ପରେ ସୁରଜକୁ ଗିରଫ କରାଯିବ ବୋଲି କାନପୁର ପୋଲିସ କହିଛି । ଅନ୍ୟପଟେ ଡିଏନଏ ରିପୋର୍ଟ ଆସିବା ପୂର୍ବରୁ ଛୁଆ ଆଉ ତୋତେ ମାରିଦେବି ବୋଲି ସୁରଜ କହୁଥିବା ପୀଡିତା ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.