fbpx

Video: ମୁଁ ବୁଢା ହୋଇଗଲି ବୋଲି ମତେ ରାସ୍ତାରେ ଛାଡି ଚାଲିଗଲୁ, ଏଇ ପିଠିରେ ବସାଇ ମୁଁ ତତେ କେତେ ଟଙ୍କା ରୋଜଗାର କରି ଦେଇନଥିଲି . .

ପୁରୀ: ଏ ସ୍ୱାର୍ଥପର ସମାଜରେ ତୁ ମୋ ମାଲିକ ସାଜି ମତେ ଆପଣାଇ ନେଇଥିଲୁ । ତତେ ପାଇ ମୁଁ ବି ଭାରି ଖୁସି ଥିଲି । ମତେ ତୁ ଖାଇବାକୁ ପିଇବାକୁ ଦେଲୁ, ତୋ ପାଖରେ ରଖିଲୁ । ମତେ ତୁ ଭଳିକି ଭଳି ରଙ୍ଗିନ କପଡାରେ ସଜାଇ ବି ଦେଉଥିଲୁ । ଦିନ ଠୁ ରାତି ଯାଏ ଆମେ ବୁଲୁଥିଲେ । ତୁ କେତେ ଲୋକଙ୍କୁ ମୋ ପିଠିରେ ବସାଇ ବୁଲାଉଥିଲୁ । ଆଉ କେତେ ଟଙ୍କା ରୋଜଗାର କରୁଥିଲେ। ତୁ କଣ ଏ ସବୁ ଭୁଲିଗଲୁ . . .

ଯେତେ କଷ୍ଟ ହେଲେ ଦାଉ ଦାଉ ଖରାରେ ବି ମୋ ପିଠିରେ ଲୋକଙ୍କୁ ବସାଇ ବୁଲାଉଥିଲି । କାଇଁ ନା ତତେ ଭଲ ଦୁଇ ପଇସା ମିଳିବ। ତୁ ଭଲ ରୋଜଗାର କଲେ ଖୁସି ହେବୁ, ଆଉ ତୋ ଖୁସିରେ ହିଁ ତ ମୋ ଖୁସି ଥିଲା ନା। କାଇଁ ନା ତୁ ମୋ ମାଲିକ ଥିଲୁ। କିନ୍ତୁ ତୁ ବି ଏ ସ୍ୱାର୍ଥପର ସମାଜ ପରି ଏତେ ସ୍ୱାର୍ଥପର ହୋଇଯିବୁ ମୁଁ କେବେ ବି ଭାବିନଥିଲି। ବୟସ ବେଳେ ତ ମତେ ବୁଲେଇ ବୁଲେଇ ହଜାର ହଜାର ଟଙ୍କା ରୋଜଗାର କଲୁ , କିନ୍ତୁ ଆଜି ମୁଁ ବୁଢା ହୋଇଗଲି ବୋଲି ତୁ ମତେ ପଚାରୁନୁ। ମତେ ଖାଇବାକୁ ପିଇବାକୁ ଦେଲୁନି, ମତେ ମାଡ ଗାଳି ଦେଲେ ବି ସହୁଥିଲି। କିନ୍ତୁ ତୁ କଣ କଲୁ ମୋ ଗୋଡରେ ବେଡି ପକାଇ ମତେ ରାସ୍ତା କଡରେ ଛାଡି ଚାଲିଗଲୁ। ତତେ ଆଉ ଟଙ୍କା ରୋଜଗାର କରି ଦେଇପାରିଲିନି ବୋଲି ମତେ ତୁ ପର କରିଦେଲୁ। ଟିକେ ବି ଭାବିଲୁନି ଏ ବୁଢା ବୟସରେ ମୁଁ କୁଆଡେ ଯିବି କଣ କରିବି କେମିତି ବଞ୍ଚିବିଏଡେ ସ୍ୱାର୍ଥପର ତୁ କେମିତି ହେଲୁରେ ମାଲିକ।

କଥା ସିନା କହିପାରୁନି କିନ୍ତୁ ଠିକ୍ ଏମିତି କିଛି ହିଁ ଭାବୁଥିବ ଏହି ଘୋଡାଟି। କାରଣ ବୁଢା ହୋଇଯିବାରୁ ତା ମାଲିକ ତାକୁ ପର କରିଦେଇଛି। ଆଉ ତାକୁ ରାସ୍ତା କଡେ ଛାଡି ଚାଲିଯାଇଛି । ହଁ ଆଜ୍ଞା . . .ଇଏ ହେଉଛି ସେହି ଘୋଡା ଯିଏ ଦିନେ ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ତାଙ୍କୁ ପିଠିରେ ବସାଇ ବୁଲାଉଥିଲା। କିନ୍ତୁ ଆଜି ସେ ବୃଦ୍ଧ ଆଉ ରୋଗଗ୍ରସ୍ତ ତେଣୁ ମାଲିକର ସୋ ଆଉ ଦରକାର ନାହିଁ। ଦେଖନ୍ତୁ କିଭଳି ତୋ ଗୋଡରେ ବାନ୍ଧି ରାସ୍ତା କଡରେ ଛାଡି ଦୋଇ ଯାଇଛି।

Get real time updates directly on you device, subscribe now.