fbpx

ଏଥର ଗୁଜରାଟ କାହାର: BJP-Congressର ମୁଣ୍ଡବ୍ୟଥାର କାରଣ ହୋଇପାରେ AAP

ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବପ୍ମାସ ପ୍ରାରମ୍ଭରେ ଗୁଜରାଟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ନେଇ ରାଜ୍ୟରେ ବିଜେପି-କଂଗ୍ରେସ-ଆପ ମଧ୍ୟରେ ଏବେଠାରୁ ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହୋଇଗଲାଣି । ରାଜ୍ୟରେ ବିଜେପି କ୍ଷମତା କାଏମ୍ ରଖିବା ପ୍ରୟାସରେ ରହିଛି । କଂଗ୍ରେସର ସ୍ଥିତି ଦେଶରେ ଦୁର୍ବଳ ରହିଥିଲେ ହେଁ ଦଳ ଏବେ ‘ଭାରତ ଯୋଡ଼ୋ ଯାତ୍ରା’ ମାଧ୍ୟମରେ ନିଜର ସଂଗଠକୁ ମଜବୁତ କରିବା ପ୍ରୟାସରେ ରହିଛି ।

ଅନ୍ୟପଟେ ଆମ ଆଦମୀ ପାର୍ଟି (ଆପ) ଗୁଜରାଟରେ ବିଜେପି-କଂଗ୍ରେସକୁ ଚକମା ଦେବା ଲକ୍ଷ୍ୟରେ ରହିଛି । ପୂର୍ବରୁ ଦିଲ୍ଲୀ, ପଞ୍ଜାବରେ ଆପ ଯେଉଁ ରଣନୀତି ପ୍ରୟୋଗ କରି ସଫଳତା ପାଇଥିଲା ଦଳ ଗୁଜରାଟରେ ମଧ୍ୟ ଉକ୍ତ ଫର୍ମୂଲା ଆପ୍ଲାଏ କରିପାରେ । ଏନେଇ ଦଳର ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ପ୍ରାଣପଣେ ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ଲୋକଙ୍କର ମନ ଜିଣିବା ପାଇଁ କେଜ୍ରି ଚଳିତ ସପ୍ତାହରେ ଏକ ଅଟୋରେ ଯାତ୍ରା କରି ସୁରକ୍ଷାକର୍ମୀଙ୍କ ନିଦ ହଜାଇ ଦେଇଥିଲେ ।

ତେବେ ଏଠାରେ ପ୍ରଶ୍ନ ଉଠୁଛି, ଗୁଜରାଟରେ କିଏ କ୍ଷମତା ହାତେଇବ । ବିଜେପିର କ୍ଷମତା କାଏମ୍, କଂଗ୍ରେସର ସାଇଲେଣ୍ଟ କିଲର ଆଉ ଆପର ଗେମ୍ ଚେଞ୍ଜିଂ ପଲିଟିକ୍ସ, ଏହି ତିନୋଟି ମଧ୍ୟରୁ କେଉଁଠି ଦେଖିବାକୁ ମିଳିବ ଗୁଜରାଟରେ । ସେ ଯାହା ବି ହେଉ, ପ୍ରଥମ ଥର ପାଇଁ ଆପ ଗୁଜରାଟରେ ନିଜର ଯୁଦ୍ଧ ଆରମ୍ଭ କରିଥିବାରୁ ସେ ଉଭୟ ବିଜେପି ଓ କଂଗ୍ରେସର ମୁଣ୍ଡବ୍ୟଥାର କାରଣ ପାଲଟିବ ଏଥିରେ ଦ୍ୱିମତ ନାହିଁ । ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ା ଯାତ୍ରା ଦ୍ୱାରା ଗୁଜରାଟରେ କଂଗ୍ରେସକୁ ଫାଇଦା ମିଳିବ ବୋଲି କିଛି ରାଜନୈତିକ ଏକ୍ସପର୍ଟ ମତ ଦେଉଛନ୍ତି । ସେହିପରି ଆପ ଗୁଜରାଟ ଖେଳ କରିବ କିଛି ମତ ଦେଉଥିବା ବେଳେ ବିଜେପି ପୁଣି ଗୁଜରାଟରେ ଗର୍ଜିବ ବୋଲି ଆଉ କିଛି ରାଜନୈତିକ ସମୀକ୍ଷକ ମତ ଦେଇଛନ୍ତି ।

Get real time updates directly on you device, subscribe now.