fbpx
BJD SKY
BJD SKY

(Video) ‘ଯାହାକୁ ଯାହା କରିବାର ଅଛି କର, ମୁଁ ରାମ ମନ୍ଦିର ଅବଶ୍ୟ ଯିବି’: ହରଭଜନ ସିଂଙ୍କ ବଡ଼ ଘୋଷଣା

BJD

ନୂଆଦିଲ୍ଲୀ: ଅଯୋଧ୍ୟାରେ ନୂଆ ଭାବେ ନିର୍ମିତ ରାମ ମନ୍ଦିର ଜାନୁଆରୀ ୨୨ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଉଦଘାଟନ ହେବାକୁ ଯାଉଛି । ଏହି ସମୟରେ, ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ଅଂଶଗ୍ରହଣକୁ ନେଇ ରାଜନୈତିକ ଦଳ ମଧ୍ୟରେ ଅଶାନ୍ତି ଲାଗି ରହିଛି । ଏଭଳି ପରିସ୍ଥିତିରେ ପୂର୍ବତନ ଭାରତୀୟ ଅଫ୍ ସ୍ପିନର ତଥା ଆମ୍ ଆଦମୀ ପାର୍ଟି ରାଜ୍ୟସଭା ସାଂସଦ ହରଭଜନ ସିଂ ଅଯୋଧ୍ୟାରେ ରାମ ମନ୍ଦିର ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି । ରାମ ମନ୍ଦିର ‘ପ୍ରାଣ ପ୍ରତିଷ୍ଠା’ ସମାରୋହର ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଥିବାରୁ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପୂର୍ବତନ କ୍ରିକେଟର ।

ଯାହାକୁ ଯାହା କରିବାର ଅଛି କର, ମୁଁ ନିଶ୍ଚିତ ଭାବରେ ରାମ ମନ୍ଦିରକୁ ଯିବି :-

ଗଣମାଧ୍ୟମକୁ ସୂଚନା ଦେଇ ଆପର ରାଜ୍ୟସଭା ସାଂସଦ ହରଭଜନ ସିଂ କହିଛନ୍ତି, “ଜାନୁୟାରୀ ୨୨ ରେ ମୁଁ ଚାହୁଁଛି କି ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଅଧିକ ଲୋକ ଯୋଡି ହୁଅନ୍ତି । ଟିଭି ମାଧ୍ୟମରେ ହେଉ କିମ୍ବା ସେଠାକୁ ଯାଇ ଲୋକମାନେ ରାମ ଲାଲାର ଆଶୀର୍ବାଦ ନେବା ଉଚିତ କାରଣ ଏହା ଏକ ଐତିହାସିକ ଦିନ । ଭଗବାନ ରାମ ସମସ୍ତଙ୍କର ଏବଂ ତାଙ୍କ ଜନ୍ମସ୍ଥାନରେ ଏକ ମନ୍ଦିର ନିର୍ମାଣ କରାଯାଉଛି । ଏହା ଏକ ବଡ କଥା । ମୁଁ ନିଶ୍ଚିତ ଭାବେ ଅଯୋଧ୍ୟାକୁ ଯିବି । ମୁଁ ଜଣେ ଅତି ଧାର୍ମିକ ବ୍ୟକ୍ତି । ମୁଁ ପ୍ରତ୍ୟେକ ମନ୍ଦିର, ମସଜିଦ ଏବଂ ଗୁରୁଦ୍ୱାରରେ ପ୍ରାର୍ଥନା କରେ ।’
ଏଥିସହ ଆମନ୍ତ୍ରଣ ପାଇବା ପରେ ମଧ୍ୟ ରାମ ମନ୍ଦିରର ଉଦଘାଟନୀ ସମାରୋହରେ ଯୋଗଦେବେ ନାହିଁ ବୋଲି ପଚରାଯାଇଥିବା ବେଳେ ସେ କହିଥିଲେ, ‘ଆମର ସୌଭାଗ୍ୟ ଯେ ଆମ ସମୟରେ ଏହି ମନ୍ଦିର ନିର୍ମାଣ ହୋଇଛି, ତେଣୁ ଆମେ ସମସ୍ତେ ଯାଇ ଆଶୀର୍ବାଦ ନେବା ଉଚିତ୍ । । ” କୌଣସି ପାର୍ଟି ଯାଉ କି ନାହିଁ, ମୁଁ ତ ନିଶ୍ଚିତ ଯିବି ।’

ଏହା ସହ ସେ କହିଥିଲେ, “ଯଦି କାହାକୁ ମୋର ରାମ ମନ୍ଦିରକୁ ଯିବାରେ କୌଣସି ଅସୁବିଧା ଅଛି, ତେବେ ସେମାନଙ୍କର ଯାହା କରିବାର ଅଛି କରନ୍ତୁ । ମୁଁ ନିଶ୍ଚିତ ଭାବେ ଯିବି ।’ ଜାନୁଆରୀ ୨୨ ରେ ଅଯୋଧ୍ୟାରେ ଆୟୋଜିତ ଶ୍ରୀ ରାମ ମନ୍ଦି ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ହରଭଜନ ସିଂ ।

Get real time updates directly on you device, subscribe now.