fbpx

ଷ୍ଟାଲିନଙ୍କୁ ସାହାରା ଦେଲେ ମୋଦୀ, ଭାଇରାଲ ହେଉଛି ଭିଡ଼ିଓ…

ଚେନ୍ନାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଚେନ୍ନାଇରେ ‘ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ୍‌’ର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ. କେ ଷ୍ଟାଲିନ୍ ମଧ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଏମ୍‌. କେ ଷ୍ଟାଲିନ ଆୟୋଜନ ସ୍ଥଳକୁ ଯିବା ସମୟରେ ଷ୍ଟାଲିନ ଟିକିଏ ଟଳମଳ ହୋଇପଡ଼ନ୍ତି । ଏଥିରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ସାହାରା ଦିଅନ୍ତି ଯାହର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

‘ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ’ର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ସରକାର ୨୦୩୬ ଓଲିମ୍ପିକ୍ କ୍ରୀଡ଼ାର ଆୟୋଜକ ରହିବା ସହ ଖେଳାଳୀଙ୍କୁ ଆନ୍ତର୍ଜାତୀୟ ଅଭିଜ୍ଞତା ପ୍ରଦାନ କରିବା ଏବଂ ଭାରତକୁ ଗ୍ଲୋବାଲ ସ୍ପୋର୍ଟ୍‌ସ ଇକୋସିଷ୍ଟମର କେନ୍ଦ୍ର କରିବାକୁ ପ୍ରୟାସ କରୁଛି । ସେ ଆହୁରୀ ମଧ୍ୟ ଦାବି କରିଛନ୍ତି ଯେ ପୂର୍ବ ୟୁପିଏ ସରକାର ସମୟରେ କ୍ରୀଡ଼ା ସହ ଜଡ଼ିତ ଦୁର୍ନୀତି ଏବଂ ଭ୍ରଷ୍ଟାଚାରକୁ ଦୃଷ୍ଟିରେ ରଖି ଗତ ୧୦ ବର୍ଷ ମଧ୍ୟରେ ସରକାର କ୍ରୀଡ଼ାରେ ‘ଖେଳ’କୁ ସମାପ୍ତ କରିଛି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ ଖେଲୋ ଇଣ୍ଡିଆ ଭଳି ପଦକ୍ଷେପ ଗରିବ, ଆଦିବାସୀ ଏବଂ ନିମ୍ନ ମଧ୍ୟବିତ୍ତ ପରିବାରର ଯୁବକମାନଙ୍କ ସ୍ୱପ୍ନକୁ ପୁରା କରୁଛି ।

 

Get real time updates directly on you device, subscribe now.