“ଟାଟା ଗ୍ରୁପ ମୋ ବାପାଙ୍କୁ ଜୀବନ୍ତ ଫେରାଇ ଦେଉ ମୁଁ ଟାଟାକୁ ୨ କୋଟି ଟଙ୍କା ଦେବି”

ଅହମଦାବାଦ ବିମାନ ଦୁର୍ଘଟଣାରେ ନିଜ ବାପାଙ୍କୁ ହରାଇ ଏପରି କିଛି ପ୍ରଳାପ କରୁଛି ଝିଅ।

ଅହମଦାବାଦ: ଅହମଦାବାଦରେ ବିମାନ ଦୁର୍ଘଟଣାରେ ଟାଟା ଗୃପ ପକ୍ଷରୁ ମୃତକଙ୍କ ପରିବାରକୁ ଏକ କୋଟି ଟଙ୍କା ଲେଖାଏଁ ସହାୟତା ରାଶି ଦିଆଯିବା ନେଇ ଘୋଷଣା ହୋଇଛି। ହେଲେ ଏହାରି ଭିତରେ ଜଣେ ମହିଳାଙ୍କ ଭିଡ଼ିଓ ଭାଇରାଲ ହେଉଛି। ଯେଉଁଥିରେ ସେ କହିଛନ୍ତି ମୋ ବାପାଙ୍କୁ ଟାଟା ଫେରାଇ ଦେଉ ମୁଁ ତାକୁ ୨ କୋଟି ଟଙ୍କା ଦେବି।

ତେବେ ଆମେ ଏଠି କହି ରଖୁଛୁ ଯେ, ଯେଉଁ ମହିଳାଙ୍କର ଭିଡ଼ିଓ ଭାଇରାଲ ହେଉଛି ତାଙ୍କ ନାଁ ହେଉଛି ଫାଲଗୁନି, ଏବଂ ତାଙ୍କ ବିପାଙ୍କର ମଧ୍ୟ ଗୁରୁବାର ଦିନ ଅହମଦାବାଦ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି।

ଏବଂ ନିଜ ବାପାଙ୍କ ମୃତ ଦେହ ଚିହ୍ନଟ କରିବା ପାଇଁ ଫାଲଗୁନି ଶୁକ୍ରବାର ଦିନ DNA ପରୀକ୍ଷା ପାଇଁ ନିଜ ରକ୍ତ ନମୁନା ଦେବାକୁ ଆସିଥିଲେ। ଆଉ ଏହି ସମୟରେ ସେ କହିଥିବା କଥା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି।

ଫାଲଗୁନିଙ୍କ ପ୍ରଶ୍ନ: ଫାଲଗୁନି ତାଙ୍କ ବାପାଙ୍କ ହଠାତ୍ ମୃତ୍ୟୁରେ ବହୁତ ଭାଙ୍ଗିପଡିଛନ୍ତି।  ଏବଂ DNA ପରୀକ୍ଷା ପାଇଁ ରକ୍ତ ନମୁନା ଦେବାକୁ ଆସି ସେ ପ୍ରଶ୍ନ କରିଛନ୍ତି, କ୍ଷତିପୂରଣ କେବେ ମୋ ବାପାଙ୍କୁ ଫେରାଇ ଆଣିପାରିବ କି? ମୋ ମାଆ ଅସୁସ୍ଥ, ଏବଂ ତାଙ୍କୁ ମୋ ବାପାଙ୍କ ଆବଶ୍ୟକତା ଅଛି।

ମୋତେ ସେମାନଙ୍କର ସ୍ନେହ ଏବଂ ଭଲପାଇବା ଦରକାର। “ଯଦି ସେମାନେ ମୋ ବାପାଙ୍କୁ ଫେରାଇ ଆଣିପାରିବେ, ଯିଏ ସବୁବେଳେ ଏୟାର ଇଣ୍ଡିଆରେ ଯାତ୍ରା କରିବାକୁ ଭଲ ପାଉଥିଲେ, ତେବେ ମୁଁ ସେମାନଙ୍କୁ ୨ କୋଟି ଟଙ୍କା ଦେବି”।

୨୧୯ ନମୁନା ସଂଗ୍ରହ: ସିଭିଲ୍ ହସ୍ପିଟାଲ୍ ଅଧିକାରୀମାନେ ଶୁକ୍ରବାର କହିଛନ୍ତି ଯେ ୨୧୯ ଜଣଙ୍କ ନମୁନା ସଂଗ୍ରହ ହୋଇଛି।  ଅଧିକାଂଶ ସମ୍ପର୍କୀୟ ନମୁନା ପ୍ରଦାନ କରିଛନ୍ତି। ଜଣେ ଅଧିକାରୀ କହିଛନ୍ତି, “ଆମେ କିଛି ବିଦେଶୀ ନାଗରିକଙ୍କୁ ମଧ୍ୟ ପାଇଛୁ। ମାନବ ଶରୀରର ଡିଏନଏ ବିଶ୍ଳେଷଣ ମଧ୍ୟ କରାଯାଉଛି।

ମେଳ ହେବା ପରେ, ଚିହ୍ନଟ ଆରମ୍ଭ ହେବ। ତା’ପରେ, ମୃତଦେହଗୁଡ଼ିକୁ ସମ୍ପର୍କୀୟମାନଙ୍କୁ ହସ୍ତାନ୍ତର କରାଯିବ।” ଅଧିକାରୀମାନେ କହିଛନ୍ତି ଯେ ମୃତକଙ୍କ ଡିଏନଏ ବିଶ୍ଳେଷଣ ପାଇଁ ଅନେକ ଦଳ ନିୟୋଜିତ ହୋଇଛନ୍ତି। ତଥାପି, ଏହି ପ୍ରକ୍ରିୟାରେ ୪୮ ରୁ ୭୨ ଘଣ୍ଟା ସମୟ ଲାଗିପାରେ।

ଆପଣଙ୍କୁ କହି ରଖୁଛୁ ଯେ ଶନିବାର ଦିନ, ଉଦ୍ଧାରକାରୀଦଳ ଏୟାର ଇଣ୍ଡିଆର AI-171 ବିମାନର ପଛ ଭାଗର ଭଗ୍ନାବଶେଷରୁ ଆଉ ଏକ ମୃତଦେହ ଉଦ୍ଧାର କରିଥିଲେ। ଗୁରୁବାର ଅପରାହ୍ନରେ ଅହମ୍ମଦାବାଦ ବିମାନବନ୍ଦରରୁ ଉଡ଼ାଣ ଭରିବାର ମାତ୍ର ୩୩ ସେକେଣ୍ଡ ପରେ ଲଣ୍ଡନ ଯାଉଥିବା ଏହି ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।