fbpx

ସଞ୍ଜୟ ଦତ୍ତ କହିଲେ- ମୁଁ ଏବେ ଆହୁରି ସାଉଥ ଫିଲ୍ମରେ କାମ କରିବି, ବଲିଉଡ ତ…

ନୂଆଦିଲ୍ଲୀ: ଗତ କିଛି ସମୟ ଧରି ସାଉଥ ଫିଲ୍ମରେ କାମ କରୁଛନ୍ତି ବଲିଉଡ ଅଭିନେତା ସଞ୍ଜୟ ଦତ୍ତ। କେଜିଏଫ ଚାପ୍ଟର ୨ରୁ କନ୍ନଡ ଇଣ୍ଡଷ୍ଟ୍ରୀରେ ପାଦ ଦେବା ପରେ ଏବେ ସଞ୍ଜୟ ଦତ୍ତ ଫିଲ୍ମ ଥଲାପତି ୬୭ ଜରିଆରେ ତାମିଲ ଫିଲ୍ମରେ ଏଣ୍ଟ୍ରି ମାରିଛନ୍ତି। ଅନ୍ୟପକ୍ଷେ ତାଙ୍କର ଦ୍ଵିତୀୟ କନ୍ନଡ ଫିଲମ କେଡି ଦ ଡେଭିଲ ରିଲିଜ୍ ପାଇଁ ପ୍ରସ୍ତୁତ। ଏହାର ଏକ କାର୍ଯ୍ୟକ୍ରମ ସମୟରେ ସଞ୍ଜୟ ଦତ୍ତ କହିଛନ୍ତି ଯେ, ସେ ଏବେ ସାଉଥ ଫିଲ୍ମରେ ଆହୁରି କାମ କରିବାକୁ ଚାହାନ୍ତି। କେବଳ ଏତିକି ନୁହେଁ ବଲିଉଡ ଇଣ୍ଡଷ୍ଟ୍ରୀକୁ ସାଉଥ ସିନେମାରୁ ଶିଖିବା ଉଚିତ୍। ଏପରିକି ବଲିଉଡକୁ ନିଜର ମୂଳ ଭୁଲିବା ଉଚିତ୍ ନୁହେଁ ବୋଲି ସଞ୍ଜୟ ଦତ୍ତ କହିଛନ୍ତି।

ସଞ୍ଜୟ କହିଛନ୍ତି, ମୁଁ କେଜିଏଫ ଫିଲ୍ମରେ କାମ କରିଛି ଏବଂ ଏବେ ନିର୍ଦ୍ଦେଶକ ପ୍ରେମଙ୍କ ସହିତ କେଡି- ଦେ ଡେଭିଲରେ କାମ କରୁଛି। ମୋତେ ଏମିତି ଲାଗୁଛି ଏବେ ମୁଁ ସାଉଥ ଫିଲ୍ମରେ ଆହୁରି କାମ କରିବି। ଇ ଟାଇମ୍ସରେ ଆଲୋଚନା ବେଳେ ସେ କହିଛନ୍ତି, ମୁଁ କେଜିଏଫ ଏବଂ ଏସଏସ ରାଜାମୌଲିଙ୍କ ସହ କାମ କରିଛି। ମୁଁ ଦେଖୁଛି ଏଠାରେ ବହୁତ ପ୍ୟାସନ, ଭଲ ପାଇବା ଏବଂ ଏନର୍ଜି ସହିତ ଫିଲ୍ମ ନିର୍ମାଣ କରାଯାଉଛି। ମୋତେ ଲାଗୁଛି ବଲିଉଡକୁ ଏସବୁ ଭୁଲିବା ଉଚିତ୍ ନୁହେଁ।

ସଞ୍ଜୟଙ୍କ ହିନ୍ଦୀ ଫିଲ୍ମ ଉପରେ ନଜର ପକାଇଲେ ଏହା ପୂର୍ବରୁ ସେ ବଲିଉଡ ଫିଲ୍ମ ସମସେରାରେ ନଜର ଆସିଥିଲେ। ଏଥିରେ ତାଙ୍କ ସହିତ ରଣବୀର କପୁର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ହେଲେ ବକ୍ସ ଅଫିସରେ ଫିଲ୍ମଟି ଫ୍ଲପ୍ ହୋଇଥିଲା। ଏହା ପୂର୍ବରୁ ଫିଲ୍ମ ପୃଥ୍ଵୀରାଜରେ ବି ଅକ୍ଷୟ କୁମାରଙ୍କ ସହ ଅଭିନୟ କରିଥିଲେ। ଏହି ଫିଲ୍ମ ବି ଫ୍ଲପ୍ ହୋଇଥିଲା।

Get real time updates directly on you device, subscribe now.