ଭୁବନେଶ୍ୱର: ଆଇଏଏସ୍ ଅରବିନ୍ଦ ଅଗ୍ରୱାଲଙ୍କୁ ରଥ ପରିଚାଳନା ଦାୟିତ୍ୱ ଦେଲେ ସରକାର । ଉଚ୍ଚଶିକ୍ଷା ବିଭାଗ ସଚିବ ଦାୟିତ୍ୱ ସହ ରଥ ପରିଚାଳନା ଦାୟିତ୍ୱ ତୁଲାଇବେ ଅରବିନ୍ଦ ।
ବର୍ତ୍ତମାନ ଉଚ୍ଚଶିକ୍ଷା ବିଭାଗ ସଚିବ ଦାୟିତ୍ୱରେ ଅଛନ୍ତି ଅରବିନ୍ଦ ଅଗ୍ରୱାଲ । ଶରଧା ବାଲିରେ ଦଳାଚକଟାରେ ୩ ଜଣଙ୍କ ମୃତ୍ୟୁ ପରେ ମୋହନ ସରକାର ଅରବିନ୍ଦଙ୍କୁ ଏହି ଗୁରୁଦାୟିତ୍ୱ ଦେଇଛନ୍ତି ।
ରବିବାର ଭୋରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶରଧା ବାଲିରେ ଏକତ୍ରିତ ହୋଇଥିବାବେଳେ ଭକ୍ତଙ୍କ ମଧ୍ୟରେ ଦଳାଚକଟା କାରଣରୁ ୩ ଜଣ ଭକ୍ତଙ୍କ ମୃତ୍ୟୁ ଘଟିଥିଲା । ମୃତକମାନଙ୍କ ମଧ୍ୟରୁ ଜଣେ ନୟାଗଡ଼ର ହୋଇଥିବାବେଳେ ୨ ଜଣ ଭୁବନେଶ୍ୱରର ବୋଲି ଜଣାପଡ଼ିଛି ।