fbpx

ଡ. ସୁରେଶ ଚନ୍ଦ୍ର ଦଳାଇ ହେଲେ ଉତ୍ତରାଞ୍ଚଳ ଆର୍‌ଡିସ, ଖୁବ୍‌ଶୀଘ୍ର ଦାୟିତ୍ବ ଗ୍ରହଣ କରିବେ

Advertisement

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଆଇଏଏସ୍‌ ଅଧିକାରୀ ଡ. ସୁରେଶ ଚନ୍ଦ୍ର ଦଳାଇ ଉତ୍ତରାଞ୍ଚଳ ଆରଡିସି ଭାବେ ନିଯୁକ୍ତି ପାଇଛନ୍ତି । ବର୍ତ୍ତମାନ ସେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ତଥା କମିଶନର ଅଛନ୍ତି । ତାଙ୍କ ସ୍ଥାନରେ ରଞ୍ଜନ କୁମାର ଦାଶଙ୍କୁ ସଂସ୍କୃତି ବିଭାଗର ସଚିବ ଦାୟିତ୍ୱ ମିଳିଛି । ଶ୍ରୀ ଦାଶ ସମ୍ପୃକ୍ତ ବିଭାଗର ଅତିରିକ୍ତ ସଚିବ ଦାୟିତ୍ୱରେ ଥିଲେ । ଏନେଇ ଶୁକ୍ରବାର ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Get real time updates directly on you device, subscribe now.