fbpx
BJD SKY
BJD SKY

(ଭିଡିଓ)ସରକାରୀ ଚାକିରୀକୁ ନେଇ IAS ଅଧିକାରୀ ସେୟାର କରିଲେ କିଛି ଏପରି ଭିଡିଓ , ଯାହାକୁ ଦେଖିଲେ ଆପଣ ମଧ୍ୟ କହିବେ..

BJD

ବର୍ତ୍ତମାନ ସମୟରେ ସରକାରୀ ଚାକିରୀ ଟିଏ କରିବା ବହୁତ କାଠିକର ପାଠ । ଏହା ପାଇଁ ପିଲାମାନେ ବର୍ଷ ବର୍ଷ ଧରି ପ୍ରଚେଷ୍ଠା ମଧ୍ୟ କରୁଛନ୍ତି । ଏହା ଭିତରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଯାହାକୁ ଜଣେ ଆଇଏଏସ ଅଧିକାରୀ ନିଜ ସୋସିଆଲ ମିଡିଆରେ ଟ୍ୱିଟ କରିଛନ୍ତି । ଯେଉଁଥିରେ ଯୁବକ ଜଣଙ୍କ ସରକାରୀ ଚାକିରୀ ବିଷୟରେ କହୁଥିବାର ନଜର ଆସିଛନ୍ତି ।ଆଇଏଏସ ଅଧିକାରୀ ସୁମିତ୍ରା ମିଶ୍ର ଏହାକୁ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି ।

ଏହାକୁ ସେୟାର କରି ସେ ଲେଖିଛନ୍ତି ସରକାରୀ ଚାକିରୀକୁ ନେଇ ତାଙ୍କର ରାୟ ଟିକିଏ ଶୁଣନ୍ତୁ । ଭିଡିଓରେ ଯୁବକ ଜଣକ କହୁଥିବାର ଶୁଣିବାକୁ ମିଳୁଛି ଯେ ଯଦି କେହି ଦେଶରେ ପାର୍ଲେଜି ବିସ୍କୁଟ ପରେ ଇଜ୍ଜତ ଅର୍ଜନ କରିଛିି ସେ ଯେଉଛି ‘ସରକାରୀ ଚାକିରୀ’ । ଏହାସହିତ ସେ କହିଛନ୍ତି ଗୋଟିଏ କିଡନୀ ବିକ୍ରି କରି ଦେଲେ ଆଇ-ଫୋନ ଆସି ପାରୁଛନ୍ତି କିନ୍ତୁ ସରକାରୀ ଚାକିରୀ ସିଧା ହାର୍ଟ ଉପରେ ଆଟାକ କରୁଛି । ଗଳି କନ୍ଦିରେ ପ୍ରତ୍ୟକ ପିଲା ସରକାରୀ ଚାକିରୀ ପାଇଁ ନିଜର ସମୟ ଦେଉଛନ୍ତି । କାହାକୁ ଇଜ୍ଜତ ଅର୍ଜନ କରିବାର ଅଛି ତ ଆଉ କାହାକୁ ଆଉ କିଛି , ଆଉ ଯଦି ଏତିକି ଚେଷ୍ଟା ଅଲମ୍ପିକରେ କରାଯିବ ତେବେ ଗୋଲ୍ଡ ମେଡାଲ ସ୍ଥାନରେ ଡାଇମଣ୍ଡ ମେଡାଲ ମିଳିବ ।

ଟ୍ୱିଟରେ ଏହି ଭିଡିଓକୁ ୪ଲକ୍ଷରୁ ଅଧିକ ଉପଭୋକ୍ତା ଦେଖିଥିବା ବେଳେ ୨୦ ହଜାରରୁ ଅଧିକ ଏହାକୁ ଲାଇକ କରିଛନ୍ତି । ଏହା ସହିତ ଏହାକୁ ବହୁ ଲୋକ ସେୟାର କରିବା ସହିତ ଗନ୍ତବ୍ୟ ଗୃହକୁ ନିଜ କମେଣ୍ଟ ରେ ଭର୍ତ୍ତି କରି ଦେଇଛନ୍ତି ।

Get real time updates directly on you device, subscribe now.