fbpx

ରିଲିଜ ହେଲା ଅଜୟ ଦେବଗନଙ୍କ ଦୃଶ୍ୟମ-୨, ଫିଲ୍ମ ହଲରେ ଦର୍ଶକଙ୍କ ଭିଡ

ନୂଆଦିଲ୍ଲୀ: ଆଜି ରିଲିଜ ହେଲା ଅଜୟ ଦେବଗନଙ୍କ ଦୃଶ୍ୟମ-୨ ମୁଭି । ସକାଳୁ ଏହି ମୁଭି ଦେଖିବାପାଇଁ ସିନେମା ହଲରେ ଦର୍ଶକଙ୍କ ସୁଅ ଛୁଟିଛି । ଦର୍ଶକଙ୍କ ଏହି ଭିଡକୁ ଦେଖି ଜଣାପଡିଛି ଯେ, ଦର୍ଶକମାନେ ଫିଲ୍ମ ଦେଖିବାକୁ କେତେ ଉତ୍ସାହର ସହ ଅପେକ୍ଷା କରିଥିଲେ ଏବଂ ଏହି ଫିଲ୍ମ ଭଲ ଟଙ୍କା ରୋଜଗାର କରିବ ବୋଲି ଆଶା କରାଯାଉଛି । ଦର୍ଶକ ମାନେ ଏହି ମୁଭିକୁ ନେଇ ବହୁତ  ଆଶା ରଖିଛନ୍ତି । ତେବେ ଏହା ବକ୍ସ ଅଫିସରେ କେତେ ଦୂର ସଫଳ ହେଉଛି ତାହା ଦେଖିବାକୁ ବାକି ରହିଛି ।

ଦର୍ଶକମାନେ ରିଲିଜ ପୂର୍ବରୁ ହଲ ପାଇଁ ଟିକେଟ ବୁକିଂ କରିଦେଇଥିଲେ । ତେବେ ଫିଲ୍ମର ଲିଡ ରୋଲରେ ଅଜୟ ଦେବଗନ, ଅକ୍ଷୟ ଖାନ୍ନା, ତବୁ ଏବଂ ଶ୍ରେୟା ସୋରେନ ନଜର ଆସିବେ । ତେବେ ଦୃଶ୍ୟମ-୧ ମୁଭି ସମସ୍ତଙ୍କୁ ବହୁ ପସନ୍ଦ ଆସିଥିଲା । ଲୋକେ ଏହାକୁ ଟିଭି ପରଦାରେ ମଧ୍ୟ ବହୁତ ଥର ଦେଖିବାକୁ ଭଲ ପାଆନ୍ତି । ଯେପରି ବାହୁବଳି-୧ ରିଲିଜ ହେବା ପରେ, ବାହୁବଳି-୨ ମୁଭି ପାଇଁ ସମସ୍ତେ ଉତ୍ସାହର ସହ ଚାହିଁଥିଲେ ।

ଦେଖିବାକୁ ଗଲେ ଦୃଶ୍ୟମ-୧ ରିଲିଜର ୭ବର୍ଷ ପରେ ଦୃଶ୍ୟମ-୨ ମୁଭି ଆସିଛି । ଏନେଇ ଲୋକମାନଙ୍କ ମଧ୍ୟରେ ଆହୁରି ଉତ୍ସାହ ଲାଗି ରହିଛି । ପ୍ରଥମ ଭାଗରେ ମାରିଦେଇଥିବା ଲୋକକୁ ନିଜ ଘରତଳେ ପୋତିଦେଇଥିଲେ ଅଜୟ ଦେବଗନ । ଏବଂ ଏହାର ସନ୍ଧାନ କେହି ମଧ୍ୟ ପାଇ ନ ଥିଲେ । ହେଲେ ଭାଗ ୨ରେ କଣ ହେବ ତାକୁ ନେଇ  ଲୋକମାନଙ୍କ ମନରେ ଉତ୍କଣ୍ଠା ଭରି  ରହିଛି ।

Get real time updates directly on you device, subscribe now.