fbpx

NTA ମହାନିର୍ଦ୍ଦେଶକ ପଦରୁ ହଟିଲେ ସୁବୋଧ କୁମାର: IAS ପ୍ରଦୀପ ସିଂହ ଖରୋଲା ହେବେ ନୂଆ ଡିଜି

Advertisement

ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ମହାନିର୍ଦ୍ଦେଶକ (ଡିଜି) ପଦରୁ ହଟିଛନ୍ତି ସୁବୋଧ କୁମାର । ତାଙ୍କର ସ୍ଥାନରେ ଏବେ ଜଣେ ନୂଆ ଡିଜିଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯିବ । ଆଇଏଏସ ଅଧିକାରୀ ପ୍ରଦୀପ ସିଂହ ଖରୋଲା ହେବେ ଏନଟିଏର ନୂଆ ମହାନିର୍ଦ୍ଦେଶକ । ଏନେଇ କେନ୍ଦ୍ର ସରକାରଙ୍କ ତରଫରୁ ଘୋଷଣା କରାଯାଇଛି । ନିକଟରେ ଏନଟିଏ ବିବାଦ ଘେରରେ ରହିଥିଲା ୟୁଜିସି ନେଟ ପରୀକ୍ଷା ରଦ୍ଦ ହେବା ପରେ ନୀଟ ପରୀକ୍ଷାରେ ମଧ୍ୟ ଗଡ଼ବଡ଼ି ସାମ୍ନାକୁ ଆସିଥିଲା । ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୟାନ ଦେଇଥିଲେ । ଏନଟିଏରେ ସୁଧାରର ଆବଶ୍ୟକତା ରହିଥିବାର ଆବଶ୍ୟକତା ରହିଛି । ଯେଉଁ ଅଧିକାରୀ ଦୋଷୀ ସାବ୍ୟସ୍ତ ହେବେ ତାଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଏହା ମଧ୍ୟରେ ଏନଟିଏ ଡିଜିଙ୍କୁ ତାଙ୍କ ପଦରୁ ହଟାଯାଇ ଜଣେ ନୂଆ ଅଧିକାରୀଙ୍କୁ ଏହି ପଦରେ ନିଯୁକ୍ତି ଦିଆଯାଇଛି ।

Get real time updates directly on you device, subscribe now.