fbpx
BJD SKY
BJD SKY

ପୁଣିଥରେ IAS ବୀର ବିକ୍ରମ ଯାଦବ ହେଲେ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ

BJD

ଭୁବନେଶ୍ୱର: ବଦଳିଲେ ଶ୍ରୀ ଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ। ନୂଆ ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ପାଇଲେ ବରିଷ୍ଠ ଆଇଏଏସ ବୀର ବିକ୍ରମ ଯାଦବ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସୂଚନା ଥାଉକି, ୧୯୯୬ ବ୍ୟାଚର ଆଇଏଏସ୍ ଅଫିସର ହେଉଛନ୍ତି ବୀର ବିକ୍ରମ ଯାଦବ। ଏହି ବରିଷ୍ଠ ଆଇଏଏସ ବୀର ବିକ୍ରମ, ଭି.ଭି ଯାଦବ ଭାବେ ବେଶ ପରିଚିତ। ପୂର୍ବରୁ ମଧ୍ୟ ଭି.ଭି ଯାଦବ ଶ୍ରୀ ମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ତୁଲାଇଥିଲେ। ତେବେ ଆଉ ଏବେ ତାଙ୍କୁ ପୁଣିଥରେ ସେହି ସମାନ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଏହା ପୂର୍ବରୁ ରାଜ୍ୟ ସରକାରଙ୍କ ଖାଦ୍ୟ ଓ ଯୋଗାଣ ବିଭାଗର ପ୍ରମୁଖ ସଚିବ ଭାବେ ସେ କାର୍ୟ୍ୟ କରିଛନ୍ତି।

V.V Yadav

Get real time updates directly on you device, subscribe now.