fbpx

NEET UG ପାଇଁ ଆବେଦନ କରିବାକୁ ମିଳିବ ଆଉ ଏକ ସୁଯୋଗ: କାଲିଠୁ ଖୋଲିବ ଆପ୍ଲିକେସନ୍ ୱିଣ୍ଡୋ

ନୂଆଦିଲ୍ଲୀ: ନିଟ୍ ୟୁଜି ୨୦୨୪ ପାଇଁ ଅନେକ ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବାରୁ ବଞ୍ଚିତ ହୋଇଛନ୍ତି । ତେଣୁ ସେମାନଙ୍କ ପାଇଁ ଆଉ ଏକ ବଡ଼ ସୁଯୋଗ ଆଣିଛି ନେସନାଲ ଟେଷ୍ଟିଙ୍ଗ ଏଜେନ୍ସି । ଆସନ୍ତାକାଲିଠାରୁ ପୁଣିଥରେ ଆପ୍ଲିକେସନ୍ ୱିଣ୍ଡୋ ଖୋଲିବା ପାଇଁ ନିଷ୍ପତ୍ତି ନେଇଛି ଏନଟିଏ । ଏଜେନ୍ସି ତରଫରୁ ଜାରି ହୋଇଥିବା ଏକ ନୋଟିସରେ ଏ ନେଇ ସୂଚନା ଦିଆଯାଇଛି । ଏହାଦ୍ୱାରା ନିଟ୍ ୟୁଜି ପାଇଁ ଆବେଦନ କରି ପାରି ନଥିବା ଇଚ୍ଛୁକ ପ୍ରାର୍ଥୀମାନଙ୍କୁ ଆଉ ଏକ ସୁବର୍ଣ୍ଣ ସୁଯୋଗ ଦେଇପାରିବ ।

ଏନଟିଏ ପକ୍ଷରୁ ଜାରି ହୋଇଥିବା ନୋଟିସ ଅନୁସାରେ, ଷ୍ଟେହୋଲ୍ଡରମାନଙ୍କ ଅନୁରୋଧ କ୍ରମେ ଏପ୍ରିଲ ୯ ଏବଂ ୧୦ ତାରିଖରେ ପୁଣିଥରେ ଆବେଦନର ଆପ୍ଲିକେସନ୍ ୱିଣ୍ଡୋ ଖୋଲିବାକୁ ଯାଉଛି । ତେବେ ନିଟ୍ ୟୁଜିରେ ସାମିଲ ହେବାକୁ ଚାହୁଁଥିବା ପ୍ରାର୍ଥୀ ଏହାର ଅଫିସିଆଲ ୱେବସାଇଟhttps://exams.nta.ac.in/NEET/ କୁ ଯାଇ ରେଜିଷ୍ଟ୍ରେସନ୍ କରିପାରିବେ । ତେବେ ଏପ୍ରିଲ ୧୦ ତାରିଖ ରାତି ୧୦.୫୦ ପର୍ଯ୍ୟନ୍ତ ଏହି ଆପ୍ଲିକେସନ୍ ୱିଣ୍ଡୋ ଖୋଲା ରହିବ ଏବଂ ୧୧.୫୦ ସୁଦ୍ଧା ଆବେଦନର ଫିସ୍ ଜମା କରିପାରିବେ ପ୍ରାର୍ଥୀ । ତେବେ ଇଚ୍ଛୁକ ପ୍ରାର୍ଥୀଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ବୋଲି କୁହାଯାଇପାରେ ।

Get real time updates directly on you device, subscribe now.