fbpx
BSKY
BJD MC SKY
BJD MS SKY

IBPS RRB Notification 2023: ବ୍ୟାଙ୍କ କ୍ଲର୍କ ଓ ପିଓ ପଦରେ ମିଳିବ ନିଯୁକ୍ତି

ଇନଷ୍ଟିଚ୍ୟୁଟ୍ ଅଫ ବ୍ୟାଙ୍କିଂ ପର୍ସୋନେଲ ସିଲେକ୍ସନ (ଆଇବିପିଏସ) ପକ୍ଷରୁ ଏକ ବଡ଼ ନିଯୁକ୍ତି ସୁଯୋଗ ଆସିଛି । ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ (ଆରଆରବି)ରେ କ୍ଲର୍କ, ପ୍ରୋବେସନାରୀ ଅଫିସର (ପିଓ) ପଦରେ ପ୍ରାର୍ଥୀଙ୍କୁ ନିଯୁକ୍ତି ମିଳିବ । ଏଥିପାଇଁ ଜୁନ ମାସ ୧ ତାରିଖରୁ ଅନଲାଇନ ପ୍ରକ୍ରିୟା ଆରମ୍ଭ ହୋଇ ୨୧ ତାରିଖରେ ରହିବ । ଏହାପରେ ଅଗଷ୍ଟ ମାସରେ ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହୋଇ ଅଗଷ୍ଟ / ସେପ୍ଟେମ୍ବରରେ ରେଜଲ୍ଟ ପ୍ରକାଶିତ ହେବ ।

ମେନ୍ ପରୀକ୍ଷା ପାଇଁ ପ୍ରାର୍ଥୀମାନେ ସେପ୍ଟେମ୍ବର ମାସରେ କଲଲେଟର ଡାଉନଲୋଡ୍ କରିପାରିବେ । ସେପ୍ଟେମ୍ବର ମାସରେ ମେନ୍ ପରୀକ୍ଷା ଆୟୋଜିତ ହେବ । ଅକ୍ଟୋବର ମାସରେ ଅଫିସର ସ୍କେଲ-I, II ଓ IIIର ରେଜଲ୍ଟ ଘୋଷଣା ହେବ । ଅକ୍ଟୋବର / ନଭେମ୍ବର ମାସରେ ପ୍ରାର୍ଥୀମାନେ ଅଫିସର ସ୍କେଲ-I, II ଓ IIIର ସାକ୍ଷାତକାର ପରୀକ୍ଷା ପାଇଁ କଲ ଲେଟର ଡାଉନଲୋଡ୍ କରିପାରିବେ । ଅକ୍ଟୋବର / ନଭେମ୍ବର ମାସରେ ଏହି ପଦର ସାକ୍ଷାତକାର ଆୟୋଜନ କରାଯିବ । ଏହା ପରେ ଅଫିସ ଆସିଷ୍ଟାଣ୍ଟ ଓ ଅଫିସର ସ୍କେଲ-I, II ଓ III ପଦ ପାଇଁ ଆସନ୍ତା ବର୍ଷ ଜାନୁଆରୀରେ ଆଲଟମେଣ୍ଟ କରାଯିବ ।

ଓଡ଼ିଆ ଭାଷା ଜାଣିଥିଲେ ପ୍ରାର୍ଥୀମାନେ ଓଡ଼ିଶାର ବିଭିନ୍ନ ଗ୍ରାମ୍ୟ ବ୍ୟାଙ୍କରେ ନିଯୁକ୍ତି ପାଇ ପାରିବେ । ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ଢେଙ୍କାନାଳ, ରାଉରକେଲା ଓ ସମ୍ବଲପୁରରେ ପ୍ରିଲିମିନାରୀ ପରୀକ୍ଷା ପାଇଁ ସେଣ୍ଟର କରାଯାଇଥିବା ବେଳେ ମେନ୍ ପରୀକ୍ଷା ପାଇଁ ଭୁବନେଶ୍ୱର, ରାଉରକେଲା ଓ ସମ୍ବଲପରରେ ସେଣ୍ଟର ରହିଛି ।

ଅନଲାଇନ୍ ଆବେଦନ ଲିଙ୍କ: https://www.ibps.in/crp-rrb-xii/

ନୋଟିଫିକେସନ ଲିଙ୍କ: https://ibps.in/wp-content/uploads/Final_Ad_CRP_RRB_XII.pdf

Get real time updates directly on you device, subscribe now.