ଚାମ୍ପିୟନ୍ସ ଟ୍ରଫିର ୪ ଦିନ ପୂର୍ବରୁ ପାକିସ୍ତାନକୁ ଝଟକା ଦେଲା ICC, ଜାଣନ୍ତୁ କାରଣ

ଆଇସିସି ଚାମ୍ପିୟନ୍ସ ଟ୍ରଫିର ଆରମ୍ଭରୁ ୪ ଦିନ ପୂର୍ବରୁ ପାକିସ୍ତାନ ଟିମକୁ ଆଇସିସି ଏକ ବଡ଼ ଝଟକା ଦେଇଛି।

ନୂଆଦିଲ୍ଲୀ: ଆଇସିସି ଚାମ୍ପିୟନ୍ସ ଟ୍ରଫି ୭ ବର୍ଷ ପରେ ହେବାକୁ ଯାଉଛି। ୧୯ ଫେବୃଆରୀରୁ ଏହି ଟୁର୍ଣ୍ଣାମେଣ୍ଟର ଆରମ୍ଭ ହେବ। ଯାହା ପାକିସ୍ତାନରେ ଖେଳାଯିବ।

ଏହି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ପାକିସ୍ତାନ ନିଜ ଘରେ ଟ୍ରାଇ ସିରିଜ ଖେଳିଥିଲା, କିନ୍ତୁ ଏଥିରେ ସେ ପରାଜୟର ଶିକାର ହୋଇଥିଲା। ଏହି ପରାଜୟ କାରଣରୁ ଆଇସିସି ପାକିସ୍ତାନ ଟିମକୁ ବଡ଼ ଝଟକା ଦେଇଛି। ପାକିସ୍ତାନ ପାଇଁ ଏହା ଦୁଃଖର ଖବର।

ପାକିସ୍ତାନ ପାଇଲା ଝଟକା: ଆଇସିସି ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ବର୍ତ୍ତମାନ ତାଜା ଦିନିକିଆ ରାଙ୍କିଙ୍ଗ ଜାରି କରିଛି। ଏହି ରାଙ୍କିଙ୍ଗରେ ପାକିସ୍ତାନର ଟିମକୁ ବଡ ଝଟକା ମିଳିଛି। ପାକିସ୍ତାନ ଟିମ ୧୩ ଫେବୃଆରୀରେ ୱନଡେ ରାଙ୍କିଙ୍ଗର ଦ୍ୱିତୀୟ ସ୍ଥାନରେ ପହଞ୍ଚିଥିଲା। ହେଲେ ଫାଇନାଲରେ ମିଳିଥିବା ପରାଜୟ ପରେ ଏବେ କ୍ଷତିର ସାମ୍ନା କରିବାକୁ ପଡିଛି।

ପାକିସ୍ତାନ ଗୋଟିଏ ସ୍ଥାନ ତଳକୁ ଖସିପଡିଛି ଏବଂ ବର୍ତ୍ତମାନ ୧୦୭ର ରେଟିଂ ସହ ତୃତୀୟ ସ୍ଥାନକୁ ଆସିଛି। ସେହିପରି ସିରିଜ ଜିତିବା ସହ ନ୍ୟୁଜିଲ୍ୟାଣ୍ଡର ଟିମ ରେଟିଂ ୧୦୦ରୁ ବଢି ୧୦୫ ହୋଇଯାଇଛି ଏବଂ ସେ ଚତୁର୍ଥ ନମ୍ବରରେ ରହିଛି।