fbpx

ଆଇସିସି ବଦଳାଇଲା କ୍ରିକେଟର ଏହି ନିୟମ, ପୂର୍ବରୁ ଫିଲ୍ଡିଂ ଟିମ୍ କୁ ମିଳୁଥିଲା ଏହାର ଲାଭ

ନୂଆଦିଲ୍ଲୀ: ଅନ୍ତଃରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ (ICC) ଖେଳ ନିୟମରେ ଗତ ମାସରେ କିଛି ବଡ ପରିବର୍ତ୍ତନ କରିଥିଲେ । କିନ୍ତୁ ଏହାକୁ ନେଇ କୌଣସି ଅଧିକାରୀକ ସ୍ତରରେ କୌଣସି ଘୋଷଣା କରାଯାଇ ନାହିଁ । କିନ୍ତୁ ଏହି ସମସ୍ତ ନିୟମ ୩ ଜାନୁୟାରୀରୁ ଭାରତ ବନାମ ଦକ୍ଷିଣ ଆଫ୍ରିକା ସହିତ ଓ ଅଷ୍ଟ୍ରେଲିଆ ବନାମ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚ୍ରେ ବି ଲାଗୁ ହୋଇଛି ।

ଏହା ଏକ ଏପରି ନିୟମ ଯେଉଁ କାରଣରୁ ବହୁଥର ଫିଲ୍ଡିଂ ଟିମ୍ ମ୍ୟାଚ୍ ସମୟରେ ନିଜର ଡିଆରଏସ୍ ବଞ୍ଚାଇବା ପ୍ରୟାସରେ ଏହାର ଲାଭ ଉଠାଉଥିଲେ । ଏହି ନିୟମ ପୂର୍ବରୁ ଯଦି ଫିଲ୍ଡିଂ ସମୟରେ କୌଣସି ଟିମ୍ କୌଣସି ବ୍ୟାଟସମ୍ୟାନ ବିରୁଦ୍ଧରେ ଷ୍ଟପିଂର ନିବେଦନ କରୁଥିଲା, ଯଦି ମାମଲା ତୃତୀୟ ଅମ୍ପାୟାର ପାଖକୁ ଯାଉଥିଲା ତେବେ ଏପରି ସ୍ଥିତିରେ ଷ୍ଟପିଂ ବ୍ୟତିତ କଟ୍ ବିହାଇଣ୍ଡକୁ ବି ଚେକ୍ କରାଯାଉଥିଲା । ଯାହାକୁ ନେଇ ପୂର୍ବ କ୍ରିକେଟ୍ ଖେଳାଳୀ ଆପତ୍ତି କରିଥିଲେ । ଏବେ ନୂଆ ନିୟମ ଅନୁସାରେ ଯଦି ଷ୍ଟପିଂକୁ ନେଇ କୌଣସି ଟିମ୍ ଆବେଦନ କରିବ ତେବେ ଏପରି ସ୍ଥିତିରେ ତୃତୀୟ ଅମ୍ପାୟାର ପାଖକୁ ଯିବାକୁ ସେ କେବଳ ସାଇଡ୍ ଅନ୍ ରିପ୍ଲେକୁ ଦେଖି ଏହାକୁ ଚେକ୍ କରିବ । ଏହା ବ୍ୟତିତ ଯଦି ଫିଲ୍ଡିଂ ଟିମ୍କୁ କଟ୍ ବିହାଇଣ୍ଡର ନିବେଦନ କରିବାକୁ ପଡିବ ତେବେ ତାଙ୍କୁ ଡିଆରଏସ୍ ନେବାକୁ ପଡିବ ।

ଏହା ବ୍ୟତିତ ଏବେ ଖେଳୁଥିବା ସମୟରେ ଖେଳାଳିଙ୍କୁ କୌଣସି ଆଘାତ ପହଞ୍ଚିଲେ ଖେଳକୁ ବନ୍ଦ କରାଯିବାର ସମୟସୀମା ନିର୍ଦ୍ଧାରଣ କରାଯାଇଛି । ଫଳରେ କୌଣସି ଖେଳାଳୀ ପଡିଆରେ ଆହତ ହେଲେ ଖେଳ କେବଳ ୪ ମିନିଟ୍ ପର୍ଯ୍ୟନ୍ତ ହିଁ ରୋକାଯାଇପାରିବ । ଏହା ବ୍ୟତିତ ଏବେ ତୃତୀୟ ଅମ୍ପାୟାର ନିକଟରେ ଫ୍ରଣ୍ଟ ଫୁଟ୍ ବ୍ୟତିତ ଅନ୍ୟ ସମସ୍ତ ପ୍ରକାରର ନୋ ବଲ୍ ଯାଞ୍ଚ କରିବାର ଅଧିକାର ରହିବ ।

Get real time updates directly on you device, subscribe now.